ଉପଖଣ୍ଡସ୍ତରୀୟ ଲୋକ ଉତ୍ସବ ଲୋଗୋ ଉନ୍ମୋଚିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡରେ ଆସନ୍ତା ୧୨ ତାରିଖ ଦିନ ଉପଖଣ୍ଡସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହାର ଲୋଗୋ ଉନ୍ମୋଚନ କରାଯାଇଥିଲା । ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଏହାକୁ ଉନ୍ମୋଚନ କରିଥିଲେ । ଏହି ସମୟରେ ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝୀ, ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର, ପାଟଣାଗଡ ଅତିରିକ୍ତ ତହସିଲଦାର ଧୀରଜ ପାତ୍ର, ସିଡିପିଓ ଅନୁପମ ପଣ୍ଡା, ଡିଆଇପିଆର୍‌ଓ ସଂଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.