oom

ପୁରୁଷୋତ୍ତମ ଖଡ଼ିରତ୍ନ ପଂଜିକା ଉନ୍ମୋଚିତ

jsmm

ମ.ରାମପୁର, (ହେମନ୍ତ ସାହୁ) : ପୁରୁଷୋତ୍ତମ ଜ୍ୟୋର୍ତିବିଜ୍ଞାନ ମହାସଂଘ ତରଫରୁ ଆଜି ମ.ରାମପୁର ବିଜୁ କଲ୍ୟାଣ ମଣ୍ଡପଠାରେ ପୁରୁଷୋତ୍ତମ ଖଡ଼ିରତ୍ନ ପଂଜିକା ଉନ୍ମୋଚିତ ହୋଇଯାଇଛି । ମହାସଂଘର ସଭାପତି ଅଧ୍ୟାପକ ସୁବୋଧ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୁଖ୍ୟବକ୍ତା ଅନ୍ତର୍ଯ୍ୟାମୀ ମିଶ୍ର, ସମ୍ମାନିତ ଅତିଥି ସରପଂଚ ବୀଣାପାଣି ସାହୁ, ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ପଦ୍ମ ଲୋଚନ ମିଶ୍ର, ଡ଼ୋଳାମଣି ରଥ, ବିରଂଚି ନାରାୟଣ ମହାପାତ୍ର ଉପସ୍ଥିତ ରହିଥିବା ବେଳେ ମଂଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ । ଏହି ଅବସରରେ ପୁରୁଷୋତ୍ତମ ଖଡ଼ିରତ୍ନ ପଂଜିକା ପୂଜାର୍ଚ୍ଚନା ପୂର୍ବକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ମହାସଂଘ ତରଫରୁ ଶ୍ରବଣ କୁମାର ପାଣିଗ୍ରାହୀ ଏବଂ ଦିପ୍ତିଲାଲ ପାଣିଗ୍ରାହୀ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼କ୍ଟର ଲମ୍ବୋଦର ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଶୋକ ପଣ୍ଡା, ଅଶ୍ୱିନ କୁମାର ମୁଣ୍ଡ, ବାପୁନୀ ପୁରୋହିତ, ଛନ୍ଦା ଚରଣ ନାୟକ, ସୁବାସ ଚନ୍ଦ୍ର ଦାଶ ଓ ମହାଂସଘର ଅନ୍ୟାନ୍ୟ କର୍ମକର୍ତ୍ତା ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପଂଜିକା ଗଣନାକାର ବା ଜ୍ୟୋତିଷମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.