କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ ‘ନୀଳ ଅନୁରାଗ’ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେଦାରନାଥ ଗବେଷଣା ପ୍ରତିଷ୍ଠାନଠାରେ ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ ‘ନୀଳ ଅନୁରାଗ’ ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶର୍ବାଣୀ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କବି ଶ୍ରୀ ମହଲାଙ୍କର ଲେଖକୀୟ ଅନୁଭୂତି ବର୍ଣ୍ଣନା ପରେ ସଂକଳନରୁ ଦଶଟି ନିର୍ବାଚିତ କବିତା ଆବୃତ୍ତି କରାଯାଇଥିଲା । ପୁସ୍ତକର ସମୀକ୍ଷା କରିଥିଲେ କବି ମୌସୁମୀ ଦାସ । କବି ରାଜକିଶୋର ଦାସ, ଭାଷାବିତ୍‌ ପ୍ରଫେସର ଦେବାଶିଷ ମହାପାତ୍ର, କବି ଶତ୍ରୁଜିତ ଓ କବି ପବିତ୍ର ମୋହନ ଦାଶ ସଂକଳନରେ ଥିବା କବିତାଗୁଡ଼ିକର ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ଆଲୋକପାତ କରିଥିଲେ । ଶେଷରେ ଶ୍ୟାମାକିଙ୍କର ମହାନ୍ତି ସଂଗୀତ ପରିବେଷଣ କରିଥିଲେ । କବି ସୁଜାତା ମହାପାତ୍ର ତଥା ଗାଳ୍ପିକା ଓ ଚିତ୍ରଶିଳ୍ପୀ ମାନମୟୀ ରଥଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରସାଦ ରାଉତ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.