
ଭୁବନେଶ୍ବର, (କେପିଏନ୍ଏସ୍) : ଓଡ଼ିଶାର ମହାପୁରୁଷଙ୍କୁ ନେଇ ଏ ପି ଶୁଭକାନ୍ତଙ୍କ ଇଂରାଜୀ ପୁସ୍ତକ ‘ପର୍ସନାଲିଟିଜ୍ ଅଫ୍ ଓଡ଼ିଶା’ ହବେଲୀ କ୍ୟାଫେ ପରିସରରେ ଉନ୍ମୋଚିତ ହୋଇଛି । ଲେଖକ ଏପି ଶୁଭକାନ୍ତ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ, ଏହି ପୁସ୍ତକଟି ଓଡ଼ିଶାର ୨୧ଜଣ ବିଶିଷ୍ଟ ବ୍ୟକ୍ତିତ୍ଵଙ୍କ ଜୀବନୀକୁ ନେଇ ରଚିତ ହୋଇଛି । ଏହା ବାସ୍ତବରେ ଆତ୍ମଜୀବନୀ ନୁହେଁ, ବରଂ ଜୀବନୀକୁ ନେଇ ଏକ ସଙ୍କଳନ କହିବା ଯଥାର୍ଥ ହେବ । ଓଡ଼ିଶାର ଏହି କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହାକୁ ଇଂରାଜୀ ଭାଷାରେ ଏବଂ ବିଭିନ୍ନ ଡିଜିଟାଲ ମାଧ୍ୟମରେ ପ୍ରକାଶ କରାଯାଇଛି । ଏହି ପୁସ୍ତକକୁ ଶୁଭଦୃଷ୍ଟି ପ୍ରକାଶନ ପକ୍ଷରୁ ପ୍ରକାଶ କରାଯାଇଛି । ଉନ୍ମୋଚନ ଉତ୍ସବରେ ଶୁଭଦୃଷ୍ଟି ପରିଚାଳନା ସମ୍ପାଦକ ପ୍ରତ୍ୟୁଷ ଦେବାଶିଷ, ସମ୍ପାଦିକା ଅଭିଲିପ୍ସା ପାଢୀ, ଏନ୍ ଆର୍ ଜି ନରସିଂହ, ଜ୍ୟୋତିରଂଜନ ପଣ୍ଡାଙ୍କ ସମେତ ସମାଜସେବୀ ଶଶିକାନ୍ତ ମଲ୍ଲିକ ଓ ଶ୍ରୀକୃଷ୍ଣ ପତି ଉପସ୍ଥିତ ଥିଲେ ।