ହଳଦିଆ ତେଲି ଜାତିର ସାଂଗଠନିକ ଇତିହାସର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୋଗିମୁଣ୍ଡା ନିକଟସ୍ଥ ଠକପଡା ଗ୍ରାମରେ ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ଶୀର୍ଷ ସଭାପତି ସହଦେବ ସାହୁଙ୍କ ଲିଖିତ ଓ ତଥ୍ୟ ସଂଗୃହିତ ହଳଦିଆ ତେଲି ଜାତିର ସାଂଗଠନିକ ଇତିହାସର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସାନ ବଲାଙ୍ଗାପାଲି ଅଞ୍ଚଳର ସଭାପତି ଜଳଧର ସାହୁ, ଶୀର୍ଷ ସଭାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସାହୁ, ବାଘମୁଣ୍ଡ ଚକ ସଂପାଦକ ବନମାଳୀ ସାହୁ, ଜାମବାହାଲ ଗ୍ରାମର ହରେକୃଷ୍ଣ ସାହୁ, ଠକପଡା ଗ୍ରାମ ସଭ୍ୟ ଶ୍ୟାମ ସୁନ୍ଦର ସାହୁ, ବେଣୁଧର ସାହୁ, ଦଶରଥ ସାହୁ, ଫୁଡୁକୁପଡାର ଶ୍ରୀବତ୍ସ ସାହୁଙ୍କ ସମେତ ଅଞ୍ଚଳର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ହୋଇଥିଲେ । ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିଗଣ ଲେଖକ ସହଦେବ ସାହୁଙ୍କ ଜନ୍ମ, ବାଲ୍ୟଶିକ୍ଷା, ଶିକ୍ଷକତା ତଥା ସମାଜସେବା ସହିତ ତାଙ୍କର ମହନୀୟ ଗୁଣଗାନ କରିଥିଲେ । ତାଙ୍କ ଦ୍ୱାରା ଲିଖିତ ଜାତିର ସାଂଗଠନିକ ଇତିହାସ ମଧ୍ୟରେ ସମସ୍ତ ତଥ୍ୟକୁ ସକରାତ୍ମକ ମନୋଭାବ ରଖି ପଠନ କରିବେ ଓ ଆବଶ୍ୟକ ସ୍ଥଳେ ନୂତନ ତଥ୍ୟ ପ୍ରଦାନ କଲେ ଇତିହାସ ପୁସ୍ତକର ପରବର୍ତ୍ତୀ ସଂସ୍କରଣରେ କଳେବର ବୃଦ୍ଧି ସ୍ୱରୁପ ପରିମାର୍ଜନ, ପରିବର୍ତ୍ତନ ଓ ପରିବର୍ଦ୍ଧନ କରାଯିବା ପାଇଁ ମତ ଆସିଥିଲା । ବକ୍ତବ୍ୟ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ସାହୁ, ଲେଖକ ସହଦେବ ସାହୁଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମଟିକୁ କୋସଲି ଯୁବ କବି ଅର୍ଜୁନ କୁମାର ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଅଖଣ୍ଡ ସାହୁ ନିଜର ବକ୍ତବ୍ୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.