ls

ଇଂରାଜୀ ସମ୍ମାନରେ ଅଦ୍ୱୈତା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଛାତ୍ରୀ ଅଦ୍ୱୈତାରାଣୀ ବେଦବାକ ଚଳିତ ବର୍ଷ ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମରେ ଇଂରାଜୀ ସମ୍ମାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇବାରେ ସେ ମହିଳା ମହାବିଦ୍ୟାଳୟର ପ୍ରଥମ ଛାତ୍ରୀ । ଅଦ୍ୱୈତା ୭.୮୪ ପ୍ରତିଶତ ସିଜିପିଏ ରଖି ଏହି ସଫଳତା ହାସଲ୍‌ କରିଛନ୍ତି । ବଲାଙ୍ଗିର ପବ୍ଲକି ସ୍କୁଲରେ ମାଟ୍ରିକ ଓ ଯୁକ୍ତ ଦୁଇ ପାସ କରିବା ପରେ ଅଦ୍ୱୈତା ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ରେ ଇଂରାଜୀ ସମ୍ମାନରେ ନାମ ଲେଖାଇଥିଲେ । ଇଂରାଜୀରେ ସ୍ନାତକୋତ୍ତର କରିବା ପାଇଁ ସେ ପ୍ରବେଶିକା ପରୀକ୍ଷା ଦେଇଥିବା କହିଛନ୍ତି । ତେବେ ଭବିଷ୍ୟତରେ ସେ ଜଣେ ଅଧ୍ୟାପିକା ହେବା ସଂଗେ ସଂଗେ ଶିକ୍ଷାର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି । ଅଦ୍ୱୈତା କଂସାରୀପଡା ନିବାସୀ ଆଲୋକ ରଂଜନ ବେଦବାକ ଓ ସରୋଜିନୀ ବେଦବାକଙ୍କ ଝିଅ ଅଟନ୍ତି । ଅଦ୍ୱୈତାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନିଜ ସଫଳତା ପାଇଁ ଅଦ୍ୱୈତା ତାଙ୍କ ପରିବାର ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି ।

pc pk
Leave A Reply

Your email address will not be published.