om academy

ସଇଁନ୍ତଲା ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ଅଚଳ : ବାହାରେ କ୍ଲିନିକ ଖୋଲି ଡାକ୍ତରଙ୍କ ଖେଳ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାକୁ ୨୨ଟି ପଞ୍ଚାୟତର ଦୂର ଦୁରାନ୍ତରୁ ଅନେକ ରୋଗୀ ଆସିଥାନ୍ତି । କିନ୍ତୁ ରୋଗୀ ଓ ତାଙ୍କ ପରିବାର ପରିଜନ ଅଲଟ୍ରାସାଉଣ୍ଡ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ୬ ମାସରୁ ଅଧିକ ହେବ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ଖରାପ ଥିବା ବେଳେ ଡାକ୍ତର ସମରେନ୍ଦ୍ର ମହାପାତ୍ର ବାହାର କ୍ଲିନିକ ଖୋଲି ସେଠାରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ଠାରୁ ଅଲ୍‌ଟ୍ରାସାଉଣ୍ଡ ପାଇଁ ୭୦୦ଟଙ୍କା ନେଉଥିବା ଅଭିଯୋଗ ହୋଇଛି ।

ଏଥିରୁ ପ୍ରଶ୍ନ ଉଠେ ଯେ, ଯଦି ଅଲଟ୍ରାସାଉଣ୍ଡ ଖରାପ ଅଛି ତାହେଲେ ଏତେ ଦିନ ବିତିଗଲା ପରେ ମଧ୍ୟ କାହିଁକି ତାହାର ମରାମତି କରାଯାଉ ନାହିଁ । ଗରିବ ଲୋକଙ୍କୁ ସରକାର ମାଗଣାରେ ଚିକିତ୍ସା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗର୍ଭବତୀ ମହିଳାମାନେ ଅଲଟ୍ରାସାଉଣ୍ଡରେ କିଭଳି ମାଗଣାରେ ଚିକିତ୍ସା ହୋଇ ପାରିବେ, ତାହାକୁ ନେଇ ପ୍ରତ୍ୟେକ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ଯୋଗାଇ ଦେଇଛନ୍ତି । ତାର ବ୍ୟତିକ୍ରମ ଦେଖାଦେଇଛି ସଇଁନ୍ତଲା ଡାକ୍ତରଖାନାରେ । ବର୍ତ୍ତମାନ ଘରୋଇ କ୍ଲିନିକ୍ ଓ ନର୍ସିଂ ହୋମ୍‌ରେ ମଧ୍ୟ ଅଲଟ୍ରାସାଉଣ୍ଡ ହୋଇ ପାରୁନାହିଁ । କୋରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ଏତେ ଦୂର ଯିବା ଆସିବା ଗରିବ ଲୋକଙ୍କ ପାଇଁ କାଠିକର ପାଠ ହେଉଛି । ତେବେ ସଇଁନ୍ତଲାର ଅନେକେ ରାଜନୈତିକ ଓ ପ୍ରଶାସନିକ ଉଚ୍ଚପଦ ପଦବୀରେ ଥାଇ ମଧ୍ୟ ସଇଁନ୍ତଳା ଜନସାଧାରଣଙ୍କ ଅତ୍ୟନ୍ତ ଜରୁରୀ ଥିବା ସ୍ବାସ୍ଥ୍ୟ ବିଭାଗର ସମସ୍ୟାକୁ ସୁଧାରି ପାରୁନାହାନ୍ତି ବୋଲି ବୁଦ୍ଧଜୀବୀମାନେ ଆଲୋଚନା କରୁଛନ୍ତି । ଏନେଇ ସଇଁନ୍ତଳା ଡାକ୍ତରଖାନା ଅଧିକାରୀ ଡ଼ା ସମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ଅଲଟ୍ରାସାଉଣ୍ଡ ଖରାପ ଅଛି । ତେବେ ମରାମତି କରିବା ପାଇଁ ମଧ୍ୟ କୁହାଯାଇଛି । କିନ୍ତୁ ମରାମତି ହୋଇ ପାରିନାହିଁ ବୋଲି କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧଜୀବୀ ମହଲରେ ଦାବୀ ହେଉଛି।

Leave A Reply

Your email address will not be published.