ୟୁକ୍ରେନ୍‌ରେ ଫସି ରହିଥିବା ପଡୋଶୀ ଦେଶଗୁଡ଼ିକର ଲୋକଙ୍କୁ ସହାୟତା କରିବ ଭାରତ, ଆଜି ପ୍ରଥମ ପର୍ଯ୍ୟାୟରେ ପଠାଯିବ ରିଲିଫ୍‌ ସାମଗ୍ରୀ

ନୂୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସନ୍ଧ୍ୟାରେ ୟୁକ୍ରେନ୍‌ ସ୍ଥିତିକୁ ନେଇ ତୃତୀୟ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି ଯେ, ବିଭିନ୍ନ ଦେଶକୁ ଭାରତ ସରକାରଙ୍କ ବିଶେଷ ଦୂତ ଭାବେ ୪ ଜଣ ବରିଷ୍ଠ ମନ୍ତ୍ରୀ ଯିବେ । ଏଥିସହ ଦୁନିଆଁକୁ ଗୋଟିଏ ପରିବାର ବୋଲି ଚିନ୍ତା କରାଯାଉଥିବା ଭାରତୀୟ ଆଦର୍ଶକୁ ଅବଲମ୍ବନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ପଡୋଶୀ ଦେଶ ତଥା ବିକାଶଶୀଳ ଦେଶର ଲୋକଙ୍କୁ ସହଯୋଗ କରିବ । ଯେଉଁମାନେ ୟୁକ୍ରେନ୍‌ରେ ଫସି ରହିଛନ୍ତି, ସେମାନେ ସହଯୋଗ ମାଗୁଥିବା ସେ ପ୍ରକାଶ କରିଛନ୍ତି । ଯୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କ ପାଇଁ ‘ଅପ୍‌ରେସନ୍‌ ଗଙ୍ଗା’ ଆଧାରରେ ବୈଠକର ଅଧ୍ୟକ୍ଷତା କରି ମୋଦୀ କହିଛନ୍ତି ଯେ, ନିଜ ଦେଶର ନାଗରିକଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଭାରତ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ୟୁକ୍ରେନ୍‌ରେ ଭାରତୀୟ ନାଗରିକ ମାନେ ସୁରକ୍ଷିତ ଅଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ମାନବୀୟ ସଙ୍କଟର ମୁକାବିଲା ପାଇଁ ୟୁକ୍ରେନ୍‌କୁ ପ୍ରଥମ ପର୍ଯ୍ୟାୟରେ ରିଲିଫ୍‌ ସାମଗ୍ରୀ ମଙ୍ଗଳବାର ଦିନ ପଠାଯିବ ।

Leave A Reply

Your email address will not be published.