ନୂଆପଡ଼ା, (ନିରାକାର ମେହେର) : ୟୁକ୍ରେନରେ ଯୁଦ୍ଧର ପରିସ୍ଥିତି ଦେଖା ଦେଉଥିବା ଦୂରଦର୍ଶନ ଖବର ମାଧ୍ୟମରେ ପ୍ରଚାରିତ ହେଉଛି । ଏପରି ପରିସ୍ଥିତିରେ ୟୁକ୍ରେନରେ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥିବା ନୂଆପଡା ଜିଲ୍ଲାର ତିନିଗୋଟି ଛାତ୍ର ସେଠାରେ ଫସି ରହଥିବା ଖବର ସାମ୍ନାକୁ ଆସିଛି । ସେଥିମଧ୍ୟରୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ଦୁଇଜଣ ଓ ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମର ଶ୍ରୀଯୁକ୍ତ ହରିହର ମେହେର ଓ ଶ୍ରୀମତୀ ପ୍ରିୟମ୍ବଦା ମେହେରଙ୍କ ପୁତ୍ର ଆଶିଷ ମେହେର ବୋଲି ଜଣାପଡିଛି । ଆଶିଷ ବର୍ତ୍ତମାନ ୟୁକ୍ରେନ Tarnopil national medical universityର ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ର ଅଟନ୍ତି । ବର୍ତ୍ତମାନ ୟୁକ୍ରେନ ପରିସ୍ଥିତି ଗମ୍ଭୀର ଥିବାରୁ ଆଶିଷଙ୍କ ପରିବାର ଲୋକେ ତାଙ୍କ ପୁଅକୁ ଅକ୍ଷ୍ୟତ ଅବସ୍ଥାରେ ବିଦେଶରୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କୁ କାକୁତି ମିନତୀ ହୋଇ ଅନୁରୋଧ କରୁଛନ୍ତି ।