om academy

ଜାନୁଆରୀ ମାସର ସବୁ ଛୁଟି ଦିନଗୁଡିକ ଦର୍ଶକଙ୍କ ପାଇଁ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ

jsm
  • ସମୟ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା
  • ଆଜି ଅପରାହ୍ନରୁ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାନୁଆରୀ ୨୦୨୩ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛଅଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ ।

ଆଜି ନୂଆ ବର୍ଷରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖି ପାରିବେ । ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଛି ।

Leave A Reply

Your email address will not be published.