ବ୍ଲୁସୁମ କନସେପ୍ଟେ ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିସ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ବ୍ଲୁସୁମ କନସେପ୍ଟ ସ୍କୁଲର ୨୮ତମ ବାର୍ଷିକ ସ୍ଥାନୀୟ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଫର୍ମାସୀ ବିଭାଗର ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପୂର୍ବାହ୍ନ ୧୦ଟାରେ ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦ୍‌ଘାଟନ କରିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ନିର୍ଦେଶିକା ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କୁ ନିଜ ଓଜସ୍ୱୀ ଭାଷଣ ଦ୍ୱାରା ଉତ୍ସାହିତ କରିଥିଲେ । ଅନୁଷ୍ଠାନର ଚ୍ୟାରମେନ ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ସେମାନେ ଜୀବନରେ କଠିନ ଅଧ୍ୟବସାୟ କରନ୍ତୁ ଓ ଅନୁଷ୍ଠାନ ପାଇଁ ଗୌରବ ଆଣନ୍ତୁ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦିନୀ ଗୁରୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସେ ତାଙ୍କର ବିଦ୍ୟାଳୟ ସହିତ ଥିବା ଦୀର୍ଘ ସମୟର ଅନୁଭୂତିକୁ ବଖାଣି ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱାଗତ ସଂଗୀତ ଦ୍ୱାରା ପ୍ରାରମ୍ଭ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ଓ ସଂଗୀତ ପରିବେଷିତ ହୋଇଥିଲା । ମୁଖ୍ୟ ଅତିଥି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା “ମେମୋରୀ ଟେଷ୍ଟ”ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଆହୁରି ପ୍ରତିଯୋଗିତା ଯେପରି “ବେଷ୍ଟ ଆଉଟ ଅଫ ୱେଷ୍ଟ”, “ସ୍ପେଲିଙ୍ଗ ବିଜ” ପରି ପ୍ରଯୋଗିତା ଗୁଡିକର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଉତ୍ସବ ଶେଷରେ ଏପରି ଏକ ଚିତ୍ତାକର୍ଷକ ଓ ଆକର୍ଷଣୀୟ ଉତ୍ସବର ଆୟୋଜନ ପାଇଁ ଅଭିଭାବକ ଓ ଅଭିଭାବିକା ମାନେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ଭୁୟସୀ ପ୍ରଶଂସା କରିଥିଲେ । ବାସ୍ତବରେ ଉତ୍ସବଟି ଅନୁକରଣୀୟ ହୋଇପାରିଥିଲା ।

Leave A Reply

Your email address will not be published.