oom

ରାଷ୍ଟ୍ରୀୟ ଏକତା ଦିବସ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭବାନୀପାଟଣା ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ଏବଂ ଆଜାଦୀ କା ଅମୃତ ମହୋତ୍ସବ ଶୀର୍ଷକ ଦୁଇ ଦିନିଆ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ତଥା ଭାରତର ମୁକ୍ତି ସଂଗ୍ରାମରେ ଯୋଗ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଅପରିଚିତ ଯୋଦ୍ଧାଙ୍କ ଆଦର୍ଶ, ଦୃଢ଼ ସଂକଳ୍ପ, ଦେଶ ପ୍ରେମ, ତ୍ୟାଗ ଏବଂ ବଳିଦାନ ସମ୍ପର୍କରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗୁଣନିଧି ନାୟକ, ସଇଁତଳା ମହାବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଦିଲେଶ୍ଵର ଭୋଇ, ବଡ଼ମାଳ ସ୍ଥିତ ଭାରତ ସରକାରଙ୍କ ଗୋଳାବାରୁଦ କାରଖାନା ବିଦ୍ୟାଳୟର ଶିକ୍ଷକ ରାଜମଣି ସାହୁ, ଛତାପିପଲ ପଂଚାୟତର ସରପଞ୍ଚ ଶ୍ରୀମତୀ ଶୈଳେନ୍ଦ୍ରି ମହାକୁଡ଼, ବଲାଙ୍ଗିର ଜିଲ୍ଲାର ଗୌରବଶାଳୀ ସୈନିକ ସଂଘର ସମ୍ପାଦକ ପ୍ରତାପ ରଥ, ବଲାଙ୍ଗିର ଜିଲ୍ଲା ପରିମଳ ପରାମର୍ଶଦାତା ଦୁଷ୍ମନ୍ତ ସାହୁ, ପୁଇଁତଳା ତହସିଲଦାର ରୋହିତ ଭୋଇ ପ୍ରମୁଖ ଉପସ୍ଥିତ ଜନତାଙ୍କୁ ଏକତା, ନିଷ୍ଠା, ଦେଶ ପାଇଁ କର୍ତ୍ତବ୍ୟ ସମ୍ପର୍କରେ ଅନୁପ୍ରାଣିତ କରିଥିଲେ । ଏହି ଅବସରରେ ବଲାଙ୍ଗିର ମାଟିରୁ ଜନ୍ମ ନେଇ ଦେଶ ପାଇଁ ବଳିଦାନ ଦେଇଥିବା ତିନି ଜଣ ଶହୀଦଙ୍କ ସମ୍ପର୍କୀୟ ଏବଂ ପ୍ରଖ୍ୟାତ ମଞ୍ଚ କଳାକାର, କବି ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ପରେ ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୪୦ ଜଣ ପ୍ରାଥିଙ୍କୁ ପୁରସ୍କୃତ ପ୍ରଦାନ କରାଯାଇଥିଲା । ଏହି ଚିତ୍ର ପ୍ରଦର୍ଶନୀ ବୁଲି ସର୍ଦ୍ଦାର ପଟେଲ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ କାର୍ଯ୍ୟକ୍ରମର ଶେଷ ଭାଗରେ ବିଭାଗର ପଂଜିକୃତ କଳାକାରଙ୍କ ଦ୍ୱାରା ସୂଚନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭବାନୀପାଟଣାର କ୍ଷେତ୍ର ପ୍ରଚାର ଅଧିକାରୀ ବିଷ୍ଣୁ ଚରଣ ସାହୁ ସଫଳ ରୂପେ ପରିଚାଳନା କରିଥିବା ବେଳେ, ସମାଜସେବୀ ଦେବୀ ମିଶ୍ର, ସରୋଜ ମହାକୁଡ଼, ଲକ୍ଷ୍ମଣ ପାତ୍ର, ଜଗନ୍ନାଥ ସେବା ସଂଘର କର୍ମକର୍ତ୍ତା ବିଶେଷ ଭାବେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.