ରାଜ୍ୟସ୍ତରୀୟ କୁଶୁଲାପୁଂଜା ଡ଼ଙ୍ଗର ମହୋତ୍ସବ ଉଦ୍‌ଯାପିତ

  • ଲୋକନୃତ୍ୟ, ଲୋକ ସଙ୍ଗୀତରେ ଝୁମିଲେ ଦର୍ଶକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ କୁଶୁଲାପୁଂଜାଠାରେ ଗିରି ଗୋବର୍ଦ୍ଧନ ପୂଜା କମିଟି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କୁଶୁଲାପୁଂଜା ଡ଼ଙ୍ଗର ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଚାରିଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ତଥା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଅନ୍ୟ ଦିନଗୁଡ଼ିକରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ କବି, ନାଟ୍ୟକାର ପଦ୍ମଲୋଚନ ମିଶ୍ର, ସତ୍ୟ ନାରାୟଣ ମୁଣ୍ଡଛିନ୍ନା, ଡ଼. ଅଜିତ କୁମାର ବେହେରା ଏବଂ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ସମାଜସେବୀ ବିକାଶ ରଂଜନ ସିଂହଦେଓ, ସରପଂଚ ବୀଣାପାଣି ସିଂହଦେଓ, ସାମ୍ବାଦିକ କମ୍ବୁପାଣି ମିଶ୍ର, ଡ଼. ବିଜୟ କୁମାର ସାହୁ, ଦେବେନ୍ଦ୍ର କୁମାର ବିଶି, ଋତୁରାଜ ମାଝୀ, ଗୋବିନ୍ଦ ପ୍ରସାଦ ଶତପଥୀ, ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିିଦିନ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଯୁବ ସାମ୍ବାଦିକ, ସମାଜସେବୀ, ଓଏଏସ୍‌, ଶିଳ୍ପଦ୍ୟୋଗୀ, ନାଟ୍ୟକାର, କଳାକାର, ସଂସ୍କୃତିବିତ୍‌ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭିନ୍ନ ଅଂଚଳର ଶିଳ୍ପୀ, କଳାକାରମାନଙ୍କୁ ନେଇ ବଜାଶାଲ, ଘୁମୁରା, ସାନବଡ଼ ଘୁଡ଼ୁକା, ସୁର ଝଙ୍କାର, ଟୁକେଲ ଦଣ୍ଡ, ରାମଲୀଳା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମଂଚ ସଂଚାଳନ କରିଥିଲେ ସତ୍ୟ ନାରାୟଣ ସାହୁ, ବିରଂଚି ନାରାୟଣ ମୁଣ୍ଡ, ଚିିତ୍ତରଂଜନ ଦଳପତି, ହେମନ୍ତ ସାହୁ । ସମସ୍ତ କାର୍ଯ୍ୟକ୍ରମକୁ କମିଟିର ସଭାପତି ସାମ୍ବାଦିକ ଅନନ୍ତ କୁମାର ପାଲ, ଆବାହକ ଲକ୍ଷ୍ମଣ ସ୍ୱାଇଁ ଏବଂ ସେମାନଙ୍କ ବାଲ୍ୟବନ୍ଧୁ ହରପ୍ରସାଦ ସେନାପତି ପରିଚାଳନା କରିଥିବା ବେଳେ ସାମ୍ବାଦିକ ଉଦ୍ଧବ ପଣ୍ଡାଙ୍କ ସମେତ କମିଟିର ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.