ଗୌଡଗୋଠ ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ଗାଁରେ ମହାଳୟା ଅମାବାସ୍ୟା ଦିନ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇ ବରୁଆ ଦେହରେ ଦେବୀ ଆବିର୍ଭାବ ହୋଇଥିଲେ । ରବିବାର ଦିନରୁ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ବିଧିପୂର୍ବକ ପୂଜାର୍ଚ୍ଚନା ଓ ବୁଧବାର ଦିନ ଦେଝାରରେ ପୂଜାର୍ଚ୍ଚନା ପରେ ପାଟଖଣ୍ଡା, ବିରୁପାଣି, ଜେନା ଦେବୀ ବରୁଆ ଦେହରେ ଆବିର୍ଭାବ ହୋଇଥିଲେ । ରାସ୍ତାରେ ଦେବୀଙ୍କ ଢୋଳ ଚଢା କରାଯାଇ ଦେବ ଗନସନ କରିବା ପରେ ମୂର୍ତ୍ତି ସ୍ନାନ କରାଯାଇଥିଲା । ମାନସିକ ନାରୀମାନେ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ରାତିରେ ବାହାକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁବାର ସକାଳେ ଜେନା ଖଳା ନିକଟରେ ଜେନା ପୂଜା କରାଯାଇଥିଲା । ନନ୍ଦ ନାଏକ, ନିଳାକାର ରଣା, ସୁବାସ ରଣାଙ୍କ ଦେହରେ ଦେବୀ ଆବିର୍ଭାବ ହୋଇଥିଲେ । ପୂଜକ ଭାବେ ରାମ ନାଏକ, ନିର୍ଣ୍ଣୟ ରଣା, ପିତାମ୍ବର ନାଏକ ଓ ଅଞ୍ଚଳର ଲୋକଙ୍କ ଉପସ୍ଥିତରେ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି ।

Leave A Reply

Your email address will not be published.

error: Content is protected !!