om academy

ସତ୍ୟରମ୍ଭା ଲୋକମହୋତ୍ସବ ଉଦ୍‌ଯାପିତ

jsm

ବରଗଡ, (ନିରୋଜ କୁମାର ପାଣୀ) : ସାର୍ବଜନୀନ ଦୁର୍ଗାପୂଜା ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ଗ୍ରାମରେ ଗତକାଲି ଛପନ ଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ସତ୍ୟରମ୍ଭା ଲୋକମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ କମିଟିର ସଭାପତି ଶାନ୍ତନୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଡକ୍ଟର ପ୍ରଭାସ ସିଂ ବରଗଡ ସାଂସଦ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର କୁମାର ହୋତା, ମୁଖ୍ୟ ବରପାଲି ଫାର୍ମାସିକାଲ କଲେଜ, ଡାକ୍ତର ଜନ୍ମେୟ ପଧାନ, ସରୋଜ ସେଠ ଯୋଗଦାନ କରିଥିଲେ । ମଞ୍ଚ ଆମନ୍ତ୍ରଣ ସୁନୀଲ ସାହୁ କରିଥିଲେ । କାର୍ଯ୍ୟକ୍ରମରେ ବିଭୁଦତ୍ତ ପଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭ୍ୟ ଦିନେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରମଚାନ୍ଦ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କମିଟିର ସମ୍ପାଦକ ଚିତ୍ତରଞ୍ଜନ ସାହୁ ଓ ଉପସଭାପତି ଦେବେଶ ସାହୁ ସହଯୋଗ କରିଥିଲେ । ବ୍ୟଙ୍ଗ କବି ହାରିଲାଲ ସାହୁ ତାଙ୍କର କବିତା ମାଧ୍ୟମରେ ଲୋକଙ୍କ ମନମୁଗ୍ଧ କରିଥିଲେ ।

Leave A Reply

Your email address will not be published.