ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର(ଡୁଡୁକା) ବ୍ଲକ, ଝରଣୀପାଲି ପଞ୍ଚାୟତ ଅନ୍ତର୍ଗତ ଆମ୍ବଝରଣ ଗ୍ରାମରେ ପାଞ୍ଚ ଦିନ ଧରି ମା’ ଛେଳିଆପାଟ୍ ହୋଲି ମହୋତ୍ସବ ୨୦୨୬ ଆୟୋଜିତ ହୋଇଯାଇଛି । ଏହି ମହୋତ୍ସବରେ ବିରାଟ ପର୍ବ ପୁରାଣ ପଠନ, ରାମାୟଣ ପାରାୟଣ, ରାବଣ ଦରବାର, ଅପେରା, ଦଣ୍ଡନୃତ୍ୟ, ଅର୍କେଷ୍ଟ୍ରା ସହ ଅନ୍ୟାନ୍ୟ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପ୍ରତ୍ୟହ ଦିନବେଳା ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଦିନରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ, ଗଣେଶ କୁମାର ସାହୁ, ଉମେଶ ପଟେଲ, ଇନ୍ଦ୍ରମଣି ସାହୁ, ଭୁବନେଶ୍ୱର ଧରୁଆ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଭିଡ଼ିଓ ମାଧ୍ୟମରେ ଶୁଭେଛା ବାର୍ତ୍ତା ଦେଇ ମା” ଛେଲିଆପାଟ୍ ପୀଠର ବିକାଶ ପାଇଁ ପ୍ରତିଶୃତି ଦେଇଥିଲେ । ଉଦଯାପନୀ ସମାରୋହରେ ଆଗଲପୁର ବିଡିଓ ମହାପାତ୍ର କୁଲଦୀପ ମହାନ୍ତି, ଲୋଇସିଂହା ତହସିଲଦାର ଟିକୁନୁ ପୁଟା ଏବଂ ଗ୍ରା.ପ. କୃଷୀ ଅଧିକାରୀ ବୈକୁଣ୍ଠ ଜଗତ ଉପସ୍ଥିତ ଥିଲେ । ଝରଣୀପାଲି ସରପଞ୍ଚ ସୁନୀତା ସାହୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆମଝରନ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଏହି ମା’ ଛେଲିଆପାଟ୍ ପୀଠ ତଥା ଝରନ୍କୁ ସରକାରୀ ସ୍ତରରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ସହ ସାମଗ୍ରିକ ବିକାଶ ହିଁ ଏହି ମହୋତ୍ସବ ଆୟୋଜନର ମୂଲ ଲକ୍ଷ୍ୟ ବୋଲି ସରପଞ୍ଚ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।
Next Post