ବନ୍ଧପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ଭୋଇ ଉଦଘାଟନ କରିଥିଲେ । ଏହି ଉତ୍ସବରେ ସିଆରସିସି ପ୍ରଦୀପ ଜେନା, ପ୍ରଧାନ ଶିକ୍ଷକ ଭୀମସେନ ଦଣ୍ଡସେନା, ରାଜୁ ମଲ୍ଲିକ, ଦେବବ୍ରତ ନାଥ, ସହକାରୀ ଶିକ୍ଷକ ଉପେନ୍ଦ୍ର ମେହେର, ସୁଦାମ ଭୋଇ, ବିଷ୍ଣୁପ୍ରିୟା ନାଏକ, ଅଳକା ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଇନ୍ଦୁମତୀ କୁମ୍ଭାର, ଶିବାନୀ ପୋଢ଼, ବଳଦେବ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସହକାରୀ ଶିକ୍ଷକ ଅଶୋକ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.