ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ କୋଶଳ କଳା ମଣ୍ଡଳ ପୁରୁଣା ମଂଚରେ ତହଁକ ତିହାର ଅନୁଷ୍ଠିତ ହୋଇଯାଇଛି । ଗତ ୬, ୭ ଓ ୮ ତିନିଦିନ ଧରି ଚାଲିଥିବା ଏହି ଉତ୍ସବର ପ୍ରଥମ ଦିନରେ କୁରୁଲ ଉଚ୍ଚ ବିଦ୍ୟାଳୟରେ କୋଶଲି ହକାବାଦି, ଦ୍ଵିତୀୟ ଦିନ ଆଲୋଚନା ଚକ୍ର ଓ ତୃତୀୟ ଦିନରେ ମହା ଆଡମ୍ବରରେ କଳାକାର ଏବଂ କବିଙ୍କ ସମାବେଶ ହୋଇଥିଲା । ରାଜେଶ ଦଣ୍ଡସେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି ଭାବେ ଶ୍ରୀମତୀ ଦେବକୀ ସେଠ, ମୁଖ୍ୟବକ୍ତା ସୁଶୀଲ ଗୁରୁ, ସମ୍ମାନିତ ଅତିଥି ସୁଷମା ବେହେରା, ଶାଶ୍ୱତ କୁମାର ତ୍ରିପାଠୀ, ସଞ୍ଜୟ କୁମାର ଗଡତିଆ, ହିମାଞ୍ଚଳ ମହେର, ଲକ୍ଷ୍ମୀ ପଧାନ, ଜୟକୃଷ୍ଣ ମିଶ୍ର ମଞ୍ଚାସୀନ ଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, ଶାଶ୍ୱତ ତ୍ରିପାଠୀ, ତମାସା ମହାପାତ୍ର ଗୀତର ଯାଦୁରେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ । ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଅଶୋକ କୁମାର ସାହୁ, ମାନସ ନନ୍ଦ, ଜ୍ୟୋତିପ୍ରକାଶ ସାହୁ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ତହଁକ ସମ୍ମାନରେ କବି ସୁଶାନ୍ତ ବାଗ, ଆଶୁତୋଷ ଠାକୁର, ରୀନା ସାହୁ, ଇଂ. ରାଜ କିଶୋର ଷଡଙ୍ଗୀ, ଶତୃଘନ ବେହେରା, ବିମଳା ପଧାନ ଓ ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିରଙ୍କୁ ସମ୍ମାନିତ କରାଯାଇଥିଲା । ବୌଦ୍ଧ, ସୋନପୁର, ବରଗଡ, ବଲାଙ୍ଗିରର ଶତାଧିକ କବି ଓ କଳାକାର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅର୍ଜୁନ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ କବି ଶ୍ରିୟାକାନ୍ତ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କବିତା ଆସର ଅଧିବେଶନ ଦିଲ୍ଲୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସସ୍ମିତା ମେହେର, ପ୍ରଭାସିନୀ ଭୋଇ, ସୁଦେଷ୍ଣା ମିଶ୍ର, ମାନସୀ ସାହୁ, ନିକିତା ସା, ଜ୍ୟୋତିରାଣୀ ମିଶ୍ର, ପୁଷ୍ପାଞ୍ଜଳି ମେହେର ସଂଯୋଜନା କରିଥିଲେ । ମିଲନ ପଣ୍ଡା, ଭାରତ ମେହେର, ରଘୁନାଥ ନନ୍ଦ, ସାଳିନୀ ସା, ଦେବବ୍ରତ ମିଶ୍ର, ଗୋପିନାଥ ଦଣ୍ଡସେନା, ଗୋପାଳ ମେହେର, ରାଜୀବ ଭୋଇ, ଗରିବ ମଲ୍ଲିକ, ଗିରୀଶ ପାତ୍ର, ରାଜେଶ ଶର୍ମା, ଅଖୋଜ ଷାଣ୍ଢ ପ୍ରମୁଖ ସହଯୋଗ କରିଥିଲେ ।
Next Post