ବହଲିରେ ୨୫ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ବହଲି ଗାଁରେ ସ୍ଥାନୀୟ ଗଣେଶ ପୂଜା କମିଟି ପକ୍ଷରୁ ୨୫ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ସଭ୍ୟ ହୃଦାନନ୍ଦ ଗଡତ୍ୟା ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ମୁଖ୍ୟ ବକ୍ତା ଡ଼. ସୁଧାଂଶୁ ମେହେର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ନନ୍ଦି କିଶୋର ଷାଣ୍ଢ, ହାତୀ ପଞ୍ଚାୟତର ସମିତି ସଭ୍ୟ, ବିକ୍ରମ ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ । ସରୋଜ ପୁରୋହିତ ସଭା ପରିଚାଳନା କରିଥିବା ବେଳେ କୁନୁ ସାହୁ ବିବରଣୀ ପଠନ କରିଥିଲେ । ଦିନ ୨ଟା ସମୟରୁ ସାଂସ୍କୃତିକ ପ୍ରତିଯୋଗିତା ପରିବେଷଣ ହୋଇଥିଲା । ଏଥିରେ କନିଷ୍ଠଙ୍କ ମଧ୍ୟରେ ୮ଜଣ, ବରିଷ୍ଠ ମଧ୍ୟରେ ୧୨ଜଣ ଅଂଶଗ୍ରହଣ କରିଥିଲେ । କନିଷ୍ଠ ନୃତ୍ୟରେ ପ୍ରଥମ ଟେବଡାମୁଣ୍ଡାର ତ୍ରିବେଣୀ ମେହେର, ଦ୍ୱିତୀୟ ଜଲିଆର ଚୁମକି ପଟେଲ ଓ ତୃତୀୟ ଭାବେ ରୋଶନ କାଳସାଏ ପୁରସ୍କୃତ ହୋଇଥିଲେ । ସେହିପରି ବରିଷ୍ଠ ନୃତ୍ୟରେ ପ୍ରଥମ ପିଙ୍କୁ କୁମ୍ଭାର, ଦ୍ଵିତୀୟ ଦେବକୀ ରାଣୀ ସୁନା ଓ ତୃତୀୟ ଭାବେ ସୁଲଗ୍ନା ଗଡତ୍ୟା ପୁରସ୍କୃତ ହୋଇଥିଲେ । ପ୍ରେମରାଜ ମହାକୁର, ସୁଶିଲ ପଧାନ, ଧବଳେଶ୍ଵର ସା ବିଚାରକ ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.