ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବେଲପଦର ଗ୍ରାମ ଖେଳ ପଡିଆଠାରେ ବେଲପଦର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅଷ୍ଟମ ସ୍ୱାମୀ ବିବେକାନନ୍ଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଘୋଡ଼ାର ଦଳକୁ ପରାସ୍ତ କରି ଆୟୋଜକ ବେଲପଦର ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ସମ୍ମାନିତ ଅତିଥି ଭାବରେ ସିରୋଲ ସରପଞ୍ଚ ପ୍ରତିନିଧି ଲମ୍ବୋଦର ବଗର୍ତ୍ତୀ, ଡୁଲାମଣି ବାଗ, କଶ୍ୟପ ସରାଫ, ମୋତିରାମ ପଟେଲ, ପ୍ରଦୀପ ଖର୍ସେଲ, ମାଧବ ସୁନା, ବେଣୁ ନାଗ, ଶୁକଦେବ ପଟେଲ, ହୃଦାନନ୍ଦ ଦୀପ, ଲଳିତ କଟା, ଲକ୍ଷ୍ମୀ ଛତ୍ରିଆ ଯୋଗ ଦେଇଥିଲେ । ଏଥିରେ ତପନ ଦୀପ, ବରୁଣ ଲୁହା, ପିଣ୍ଟୁ ଦୀପ, ହୁତାସନ ବାଗ, ପରମାନନ୍ଦ ପଟେଲ ମଧ୍ୟ ଯୋଗଦେଇଥିଲେ । ଫାଇନାଲ ଖେଳ ଆୟୋଜକ ବେଲପଦର ଦଳ ଓ ଘୋଡାର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଘୋଡାର ଦଳ ପ୍ରଥମେ ବ୍ୟାଟିଂ କରି ୧୦୪ ରନ କରିଥିଲେ । ଜବାବରେ ଆୟୋଜକ ବେଲପଦର ଦଳ ୩ ୱିକେଟ ବିନିମୟରେ ୧୦୫ ରନ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ମ୍ୟାଚ୍ ରେଫରୀ ରୂପେ ତେଜରାଜ ସରାଫ ଓ ପିଏ ତାଣ୍ଡି ଦାୟିତ୍ଵ ନିର୍ବାହ କରିଥିଲେ । ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ଅରୁଣ ବନଛୋର, ଭୁବନ ମାଝି, ସମୀର ନାଗ, ରୋହିତ ପଟେଲ, ଦିନ ପଟେଲ, ଗଙ୍ଗା ପଟେଲ ଓ ଆଲଟୁ ଦୀପଙ୍କ ସହ ସମସ୍ତେ ସହଯୋଗ କରିଥିଲେ । ଅତିଥିମାନଙ୍କ ଦ୍ଵାରା ଚମ୍ପିୟାନ ବେଲପଦର ଦଳକୁ ଟ୍ରଫି ସହ ୧୮ ହଜାର ଟଙ୍କା ଓ ରନର୍ସ ଅଫ ଘୋଡାର ଦଳକୁ ଟ୍ରଫି ସହ ୧୪ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା ।