ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ତିନିଦିନିଆ ପ୍ରାଦେଶିକ କ୍ରୀଡା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ଆୟୋଜିତ ପ୍ରାଦେଶିକ କ୍ରୀଡା ତଥା ଖେଳକୁଦ ସମାରୋହ ରବିବାର ଉଦଯାପିତ ହୋଇଯାଇଛି । ଛତ୍ରପୁର ଷ୍ଟାଡିୟମ୍ ପରିସରରେ ସଂଗଠିତ ହୋଇଆସିଥିବା ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଛତ୍ରପୁର ଶାଖା ପ୍ରବନ୍ଧକ ପ୍ରଦୀପ୍ତ କୁମାର ଓଝା ସମ୍ମାନିତ ଅତିଥି ରୂପେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ ଯୋଗଦେଇ ଶିଶୁମାନଙ୍କୁ ଶୈକ୍ଷିକ ବିକାଶ ସହିତ କ୍ରୀଡା ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ସଂଗଠନ ମନ୍ତ୍ରୀ ତାରକ ଦାଶ ସରକାର ତାଙ୍କ ଉଦବୋଧନରେ ଶିଶୁମାନଙ୍କ ଶାରୀରିକ ଶିକ୍ଷାରେ ବିଦ୍ୟାଭାରତୀର ଭୂମିକା ଉପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ପ୍ରାନ୍ତ-ଖେଳକୁଦ ସଂଯୋଜକ ସଞ୍ଜୟ କୁମାର ମିଶ୍ର କ୍ରୀଡାର ସଂଯୋଜନା କରିଥିଲେ ଓ ପ୍ରାନ୍ତ-ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ ପ୍ରାନ୍ତ-ବୃତ୍ତ ପଠନ କରିଥିଲେ । ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଉପ-ସଭାପତି ଶ୍ରୀମତୀ ଗୀତା ପାଢୀ, କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର, ସଂକୁଳ ପ୍ରମୁଖ ଡ଼ଃ.ଜେ. କୃର୍ମା ରାଓ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଅନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ଭାଗ ସଂପାଦକ ଦୀପକ କୁମାର ମହାରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ମାତୃ ଭାରତୀର ସମସ୍ତ ସଦସ୍ୟା, ଅଭିଭାବକ ଅଭିଭାବିକା ଓ ଗୁରୁଜୀ ଗୁରୁମା ମାନେ ସକ୍ରିୟ ସହଯୋଗ କରିଥିବା ସାଂଗକୁ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.