ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତର ବଘଲା ଗ୍ରାମରେ ତିନିଦିନ ଧରି ଚାଲିଥିବା ଦ୍ଵିତୀୟ ସିଦ୍ଧାନ୍ତ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଖେଳରୁ ମୋଟ୍ ୧୬ଟି ଦଳ ଭାଗ ନେଇଥିବାବେଳେ ଫାଇନାଲରେ ତଲିଉଡାର୍ ଏବଂ ଶିକାବେହେଙ୍ଗା ମଧ୍ୟରେ ହୋଇଥିଲା । ତଲିଉଡାର୍ ଦଳ ଅତି ସହଜରେ ଜିତି ନେଇଥିଲା । ବିଜୟୀ ଦଳକୁ ନଗଦ ୧୫ ହଜାର ଏବଂ ପରାଜିତ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ମ୍ୟାନ୍ ଅଫ ଦି ମ୍ୟାଚ୍ ଏବଂ ସିରିଜ ତଲିଉଡାର୍ର ଲକ୍ଷ୍ମଣ ପାଇଥିଲେ । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଓକିଲ ଅମରେନ୍ଦ୍ର ମିଶ୍ର (ବାବୁଲୁ), ସମ୍ମାନିତ ଅତିଥି ଭାବେ ଯୁବ ନେତା ନସିବ ପାଣିଗ୍ରାହୀ ଯୋଗ ଦେଇଥିଲେ । ରାଜେଶ ଦଣ୍ଡସେନା ସଭା ପରିଚାଳନା କରିଥିଲେ । ଖେଳ ପରିଚାଳନାରେ ଦିଲୀପ ସା ଏବଂ ନିରାକାର ପଧାନ କରିଥିଲେ ସ୍କୋରର ଭାବେ ପ୍ରକାଶ ପଧାନ ରହିଥିଲେ । ରାମ ସ୍ଵାଇଁ, ବିଶି , ଚିମନ, ବିକାଶ, ଅମିତ, ନିକେଶ, ଅନନ୍ତ, ଲିପୁ ପ୍ରମୁଖ ସହଯୋଗ କରିଥିଲେ ।
Prev Post