oom

ଦେଓଗାଁ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବଲାଙ୍ଗିର ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ସଙ୍କୁଳର ୧୦ଟି ଯଥା ବଲାଙ୍ଗିର କଦମପଡ଼ା, କଳେଜ ଛକ ବଲାଙ୍ଗିର, ଦେଓଗାଁ, ମହିମୁଣ୍ଡା, ଚନ୍ଦନଭାଟି, ଚୁଡ଼ାପାଲି, ଦଶପୁର, ଅର୍ଜୁନପୁର, ଜରାସିଂହା, ଭୁତିଆରବାହାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୫ଟି ଶିଶୁ ବର୍ଗର, ୧୦ଟି ବାଳ ବର୍ଗର ଓ ୫ଟି କିଶୋର ବର୍ଗର ମୋଟ ୩ ବର୍ଗର ୪୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ବିଭିନ୍ନ ଅନୁ‌ଷ୍ଠାନର ଭାଇ ଭଉଣୀମାନଙ୍କ ଦ୍ୱାରା ଗଣିତ ବିଜ୍ଞାନ ପ୍ରଶ୍ନମଞ୍ଚ ଓ ପ୍ରଶ୍ନବାଚନ ହୋଇଥିଲା । ଉଦ୍‌ଘାଟନୀ ଉତ୍ସବରେ ଦେଓଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମ୍ବରେଶ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଅନୁ‌ଷ୍ଠାନର ସଂପାଦକ ସନ୍ତୋ‌ଷ ବେହେରା, ସଙ୍କଳ ପ୍ରମୁଖ ରାମକୁମାର ମିଶ୍ର, ସଂଯୋଜକ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ପରିଷଦ ୧୨ ନମ୍ବର ଜୋନର ସଦସ୍ୟା ଶ୍ରୀମତୀ ମମତା କୁମୁରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ଅଜିତ ମିଶ୍ର ଓ ଅନୁ‌ଷ୍ଠାନର ସଭାପତି ଜୟନ୍ତୀ ମିଶ୍ର, ଯୁଗ୍ମ ସଂପାଦକ ପୁଷ୍ପାଞ୍ଜଳି ମିଶ୍ର ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁଜୀ ଭବାନୀ ପ୍ରସାଦ ପୁରୋହିତ ସଭା ସଂଯୋଜନା କରିଥିଲେ । ସଙ୍କୁଳ ବିଜ୍ଞାନ ପ୍ରମୁଖ ମୀନା ସରାଫ ବୃତ୍ତ କଥନ କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.