oom

ଚିତ୍ରକାର ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ

jsmm

ସମ୍ବଲପୁର : ସମ୍ବଲପୁରର ସମକାଳୀନ ଆର୍ଟିଷ୍ଟ ଅରଗାନାଇଜେସନ୍‌ ‘ଚିତ୍ରକାର’ ପକ୍ଷରୁ ଓଡିଶା ଲଳିତ କଳା ଏକାଡେମୀ ରିଜିଓନାଲ ଆର୍ଟଗେଲୋରୀରେ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଚିତ୍ରକଳା ପ୍ରଦର୍ଶନୀ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବୟୋଜ୍ୟେଷ୍ଠ ଚିତ୍ରଶିଳ୍ପୀ ଭୋଳାନାଥ ନାୟକ, ବୃନ୍ଦାବନ ମହାରଣା, ନୃସିଂହ ଚରଣ ସାହୁ, ପ୍ରଶାନ୍ତ ମାଝୀ ଏବଂ ବିଶିଷ୍ଟ ଫଟୋଗ୍ରାଫର କରୁଣାକର ଶତପଥି ପ୍ରମୁଖ ଅତିଥୀ ଭାବରେ ଯୋଗଦାନ କରି ସମ୍ବଲପୁରରେ ଏଭଳି ଜାତୀୟ ସ୍ତରର ସମକାଳୀନ ଚିତ୍ରକଳା ପ୍ରଦର୍ଶନୀ ହେବାର ଆବଶ୍ୟକତା ରହିଛି । ପ୍ରଦର୍ଶିତ ହୋଇଥିବା ଚିତ୍ରକୃତି ଗୁଡିକ ଉଚ୍ଚକୋଟୀର ଏବଂ ବୌଦ୍ଧିକ ସ୍ତରରେ ହୋଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ପ୍ରଦର୍ଶନୀରେ ଚିତ୍ରକାର ଗୃପର ଚିତ୍ରଶିଳ୍ପୀ ସଞ୍ଜୟ ସାହୁ, ମନୋଜ ଚୌଧୁରୀ, ବନ୍ଦନା ପଣ୍ଡା, ଅନୀଳ କେରକେଟା, ପ୍ରେମଚାନ୍ଦ ରାଉତ, ସୁଜାତା ବେହେରା, କୁଶ ଭୁୟାଁ, କୁଲଦୀପ ବର୍ମା, କେଦାର ନାୟକଙ୍କ କଳାକୃତି ପ୍ରଦର୍ଶିତ ହୋଇଥିଲା । ଆସନ୍ତା ପୂଜା ଅବସରରେ ମହିଳା ଚିତ୍ରଶିଳ୍ପୀଙ୍କୁ ନେଇ ଏକ ପ୍ରଦର୍ଶନୀ ‘ଦୁର୍ଗା’ ଆୟୋଜନ କରାଯାଉଛି ବୋଲି ଆୟୋଜିକା ବନ୍ଦନା ପଣ୍ଡା ସୂଚନା ଦେଇଥିଲେ । ଶେଷରେ ଚିତ୍ରକାରର ସଂଯୋଜକ ଶ୍ରୀ ବେହେରା ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.