ସଇଁତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଯୁକ୍ତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସାହ ଓ ଆନନ୍ଦର ସହ ଉଦଯାପିତ ହୋଇଯାଇଛି । ଏହି କ୍ରୀଡା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ମନୋଭାବ, ଶାରୀରିକ ସୁସ୍ଥତା ଓ ଶିଷ୍ଟାଚାର ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଉଦଯାପନୀ ସଭା କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାରେ କଲେଜର ଅଧ୍ୟାପକ ଅମିତାଭ କୁମାର ପୁଟେଲ, ମୋହନ ଚରଣ ବାଗ, ନୀଳାକାର ସାହୁ, ନାରାୟଣ ବୁଡ଼େକ, ସୁକୁମାର ସାହୁ, ସରୋଜ ରଣା, ଶତ୍ରୁଘ୍ନ ଗହୀର, ବିଷ୍ଣୁ ଭୋଇ, ସାଧୁ ରଣା ଓ ନିରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଦୁଇ ଦିନିଆ କ୍ରୀଡା ଉତ୍ସବରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।