lika

ବରଗଡ ସୋସିଆଲ କ୍ଲବରେ କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ

gbag

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ସୋସିଆଲ କ୍ଲବରେ ଚାଲିଥିବା କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଅଛି । କ୍ଲବର ସଭାପତି ନିଧୁବନ ବିହାରୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଓ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ପ୍ରତିଯୋଗିତାର ସମସ୍ତ ଖେଳ କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା । କ୍ଲବର ସମ୍ପାଦକ ଯୁଗଳ ପ୍ରସାଦ ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ଖେଳ ପରିଚାଳନା କରିଥିବା ନାରାୟଣ ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିଯୋଗିତାର ଏକକ ବର୍ଗରେ ଜୟ ପ୍ରକାଶ ପ୍ରଧାନ ଚମ୍ପିୟାନ, ପ୍ରହଲ୍ଲାଦ ଦୋରା ରନର୍ଷ ଅଫ ହୋଇଥିଲେ । ଯୁଗଳ ବର୍ଗରେ ଜୟ ପ୍ରକାଶ ପ୍ରଧାନ ଓ ପ୍ରକାଶ ଆଚାର୍ଯ୍ୟ ଚମ୍ପିୟାନ ହୋଇ ଏଵଂ ସୁରେନ୍ଦ୍ର ପଣ୍ଡା ଓ ଶୈଲେଶ ନାୟକ ରନର୍ଷ ଅଫ ହୋଇ ଅତିଥିମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଯୁଗ୍ମ ସମ୍ପାଦକ ବୀରେନ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ବିମଳ କର, ତ୍ରିନାଥ ସାହୁ, ଶିରିଶ ବଲ୍ଲଭ ମିଶ୍ର, ଅଶୋକ ଯୋଶୀ, ହିମାଂଶୁ ପାଢ଼ୀ, ପ୍ରହଲ୍ଲାଦ ଦୋରା, ୱାଇ ମାନସ ରଞ୍ଜନ, ଦିଲ୍ଲୀପ ଦାଶ, ମଧୁ ସୁଦନ ପଣ୍ଡା, ଅପ୍ରମିତ ମିଶ୍ର, ଆଦିତ୍ୟ ପାଢ଼ୀ, ଭୀଷ୍ମ ଦେବ ସରାଫ, ଲଲାଟେନ୍ଦୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.