ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଚାଲିଥିବା ତ୍ରୀଦିବସୀୟ ପୋଲିସ୍ କ୍ରୀଡା ମହୋତ୍ସବ-୨୦୨୫ ଉଦଯାପିତ ହୋଇଯାଇଛି । ଦୁଇଟି ବୟସ ବର୍ଗରେ ଆୟୋଜିତ ତ୍ରୀଦିବସୀୟ କ୍ରୀଡା ମହୋତ୍ସବକୁ ଆଜି ଉଦଯାପିତ କରିଥିଲେ ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ । ସମ୍ମାନୀୟ ଅତିଥି ଭାବେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱନୀ, ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର, ରିଜର୍ଭ ପୋଲିସ୍ ଇନିସପେକ୍ଟର ସମିତ୍ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ, ଦ୍ୱିତୀୟ ବାର୍ଷିକ ପୋଲିସ୍ କ୍ରୀଡାରେ ଅଂଶଗ୍ରହଣ କରିଥିବା ୪୦ ବର୍ଷରୁ କମ୍ ବର୍ଗର ଲଙ୍ଗ୍ ଜମ୍ପ, ହାଇ ଜମ୍ପ, ୧୦୦ ମିଟର ଦୌଡ, ୫୦୦ ମିଟର ଦୌଡ, ସର୍ଟଫୁଟ୍, ଜେଭଲିନ ଥ୍ରୋ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପଦକ ପ୍ରଦାନ କରି ପୁରସ୍କୃତ କରିଥିଲେ । ସେହିପରି ଦଳଗତ ଭାବରେ ଭଲିବଲ୍, ଫୁଟବଲ, କ୍ରିକେଟ ଖେଳ ପ୍ରତିଯୋଗିତାରେ ଚମ୍ପିଆନ୍ ଓ ରନର୍ସ ଅଫ ହୋଇଥିବା ଦଳକୁ କପ୍ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ସେହିପରି ପୋଲିସ୍ ଅଫିସର ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ୪୦ ବର୍ଷରୁ ଉର୍ଦ୍ଧ ବର୍ଗର ପୋଲିସ୍ କ୍ରୀଡାରେ ଭାଗ ନେଇ ବିଭିନ୍ନ ଖେଳରେ ବିଜୟୀ ହୋଇ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । କ୍ରିକେଟ ଖେଳରେ ରାଉରକେଲା ମିଡିଆ, ରାଉରକେଲା ଓକିଲ ସଂଘ, ରାଉରକେଲା ଜିଏସଟି ବିଭାଗ ସମେତ ପୋଲିସ୍ ଟିମ୍ ଭାଗ ନେଇଥିଲେ । ଏଥିରେ ରାଉରକେଲା ପୋଲିସ୍ ଟିମ୍ ଚାମ୍ପିୟନ ହୋଇଥିଲା ବେଳେ ରାଉରକେଲା ଜିଏସଟି ଟିମ୍ ରନର୍ସଅପ୍ ହୋଇଥିଲେ । ଉଭୟ ଦଳଙ୍କୁ କପ୍ ପ୍ରଦାନ କରାଯାଇଥିଲା ।