ବଲାଙ୍ଗିର, (କେପିଏନ୍ଏସ୍): ବଲାଙ୍ଗିର ଜିଲ୍ଲା, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସଂଯୋଜକ ସୁଧାଂଶୁ ଶେଖର ସ୍ୱାଇଁ ଓ ବୈଷୟିକ ସହଯୋଗୀ ସମ୍ବିତ ରଥଙ୍କ ନେତୃତ୍ୱରେ ଆସିଥିବା ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପିତ ହୋଇଯାଇଛି । ଉପଯାପନୀ ଉତ୍ସବରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ମାପ ବିଷୟ ଭିତ୍ତିକ କ୍ୱିଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ସେମାନ ହେଲେ କ୍ଷୀରୋଦ୍ର ସୁନା, ଜିତେନ୍ଦ୍ର ଜାଲ, ସ୍ୱପ୍ନା ଛତ୍ରିଆ, ସୋହାନି କଲତା, ମାଧୁରୀ ରଣା, କାମଲାଙ୍ଗୀ ମହାନନ୍ଦ, ରଚିତା ଖମାରୀ, ଲକ୍ଷ୍ମଣ ମେର୍ଲି । ବିଦ୍ୟାଳୟର ଶିକ୍ଷକ ନୀଳାମ୍ବର ନନ୍ଦ, ଶିକ୍ଷୟିତ୍ରୀ ଶ୍ରୀମାସୁତା ମଲ୍ଲିକ, ମଞ୍ଜରୀ ସୁନା ଉପସ୍ଥିତ ଥିଲେ । ଶୈଳେନ୍ଦ୍ର ଦାସ ଓ ହାରିବଲ ପଧାନ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।