ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଶେଖ ହାଇଦରଙ୍କ ସ୍ମୃତିରେ ପଦ୍ମପୁର ବ୍ୟାଡମିଣ୍ଟନ ଅନୁଷ୍ଠାନ ଦ୍ୱାରା ୨ ଦିନ ଧରି ହେଉଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ସମାପ୍ତ ହୋଇଯାଇଛି । ପୂର୍ବରୁ ୬ ତାରିଖ ଦିନ ଆଉଟଡ଼ୋର ଟୁର୍ଣ୍ଣାମେଣ୍ଟ ହୋଇଥିଲା । ସେଥିରେ ମାନେଶ୍ଵରର ମନଜିତ ମେହେର ଓ ହେପି ମହାପାତ୍ର ବିଜେତା ହୋଇଥିବା ବେଳେ ପଦ୍ମପୁରର ବୋଧୀଦିତ୍ୟ ସାହୁ ଓ ଫିରୋଜ ଖାନ ଉପବିଜେତା ହୋଇଥିଲେ । ସେହିପରି ଆଜି ଇନଡୋର ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏବଂ ଏଥିରେ ଓଡିଶାର ବଡ ବଡ ପ୍ରତିଷ୍ଠିତ ଖେଳାଳୀ ଭାଗ ନେଇଥିଲେ । ଯେଉଁମାନେ ଓଡିଶାକୁ ପ୍ରତିନିଧିତ ମଧ୍ୟ କରୁଛନ୍ତି । ଉକ୍ତ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ପୂର୍ବରୁ ପଦ୍ମପୁର ଉପଖଣ୍ଡ ଆରକ୍ଷ ଅଧିକାରୀ ପାଣ୍ଡବ ଶବର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ଯୁବ ସମାଜକୁ ନିଶା ସେବନ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ସ୍ୱାସ୍ଥ୍ୟ ହି ସମ୍ପଦର ମଧ୍ୟ ବାର୍ତ୍ତା ଦେଇଥିଲେ । ଉଦଯାପିତ ଉତ୍ସବରେ ପଦ୍ମପୁର ଥାନାଧିକାରୀ ମମତା ନାଏକ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ବାବୁଲୁ ଶେଖ, ବିଷ୍ଣୁ ଦୋରା, କହ୍ନେଇ ଦୋରା, କପିଳ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଭୁବନେଶ୍ୱରର ଡି.ବି.ଏସ୍ ଚନ୍ଦ୍ରା କୁମାର ଓ କଲଗା ଜଗଦୀଶ ବିଜେତା ହୋଇଥିବା ବେଳେ ଅନୁଗୁଳର ତନ୍ମୟ ସାହୁ ଓ ଅଭିଜିତ ମହାରଣା ଉପବିଜେତା ହୋଇଥିଲେ । ସେହିପରି ତୃତୀୟ ସ୍ଥାନ ପି. ଚକ୍ରଧର ଓ ଅମ୍ଲାନ ଗଡ଼ନାଏକ ହୋଇଥିବା ବେଳେ ଚତୁର୍ଥ ସ୍ଥାନ ବିକାଶ ସେଠି ଓ ଜନ୍ମୟ ଗୁରୁ ହୋଇଥିଲେ । ସମସ୍ତଙ୍କୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଦ୍ମପୁର ବ୍ୟାଡମିଣ୍ଟନର ସଦସ୍ୟ ହରିଶଙ୍କର ସିଂହ, ବଂଶୀ ଅଗ୍ରୱାଲ, ସୁନୀଲ ସାହୁ, ସୁଧିର ସାହୁ, ଅଶୋକ ମିଶ୍ର, ସଲ୍ଲୁ ଖାନ, ଅପ୍ପୁ ଖାନ, ଦୀପକ ଅଗ୍ରୱାଲ, ସଲମାନ ଖାନ, ମହମ୍ମଦ୍ ଆବତାଭ, ଅରୂପାନନ୍ଦ ନାଏକ, କମଳ ଅଗ୍ରୱାଲ, ସୋମୁ ଅଗ୍ରୱାଲ, ଅବିକ ସିଦ୍ଧିକ, ନିପୁନ ସାହୁ, ରିତେଶ ସାହୁ, ଶିବମ ଶେଖର ସାହୁ, ଟିନୁ ମଲ୍ଲିକ, ଅଂଶୁମାନ ତ୍ରିପାଠୀ, କିଶୋର ବାଗ ପରିଚାଳନା କରିଥିଲେ । ଶେଷରେ ହରିଶଙ୍କର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।