-ସ୍ୱତନ୍ତ୍ର ଖେଳ ପଡିଆ ପାଇଁ ଦାବି
ମ.ରାମପୁର, (ପିକେସାହୁ) : ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ, ମଦନପୁରର ବାର୍ଷିକ କ୍ରୀଡା ୨୦୨୫-୨୬ ଉଦଯାପିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଏସ୍.ଏସ୍.ଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ଶାନ୍ତନୁ ମେହେର ଓ ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ଚିକିତ୍ସାଳୟ, ମଦନପୁରର ଡାକ୍ତର ଲୋକନାଥ ସାହୁ ଯୋଗ ଦେଇଥିଲେ । ଅଧ୍ୟାପକ ଆଶିଷ କୁମାର ପଣ୍ଡା, ବିଭୂତି ଭୂଷଣ ବିଶ୍ୱାଳ, ଜଗନ୍ନାଥ ବିଶ୍ୱାଳ, ଅନୀଲ କୁମାର ନାୟକ, ରିପୁଦମନ ସୌରଭ ମିଶ୍ର, ରଞ୍ଜିତ ସାହୁ, ସଚିନ ଖମାରି, ବାଦଲ କୁମାର ନାଗ, ପୃଥିବୀ ସେଠ, ଗଣେଶ ଦୋରା, ଲାଲୁ ନିଆଲ, ଜଗମୋହନ ସୁନା, ମଳୟ ରଞ୍ଜନ ବାଗ, ଜେହେରୁ ଲାଲ ବଗର୍ତ୍ତି, ଅର୍ଚ୍ଚନା ରାଉତ, ଜମ୍ବୁବତୀ ନାଗ, ମମିତା ମାଝୀ, ଜୋସ୍ନା ମହାରଣା, ନମିତା ସା, ସେଫାଳି ପାଣିଗ୍ରାହୀ ଏବଂ ଶାରୀରିକ ଶିକ୍ଷକ ମହେନ୍ଦ୍ର ବେସରାଙ୍କ ତତ୍ୱାବଧାନ ରେ ୧୦୦, ୨୦୦, ୪୦୦ ମିଟର ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ ଥରୋ ଆଦି ଜୁନିୟର ଓ ସିନିୟର ବିଭାଗରେ ୨୮ ରୁ ଉର୍ଦ୍ଧ ପ୍ରକାର କ୍ରୀଡା ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ମେଡାଲ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି ଉକ୍ତ ବିଦ୍ୟଳୟର ଛାତ୍ରଛାତ୍ରୀମାନେ ଜ଼ିଲ୍ଲା , ରାଜ୍ୟ ଓ ଜାତୀୟ ସ୍ତରକୁ ବିଭିନ୍ନ କ୍ରୀଡା ପାଇଁ ମନୋନୀତ ହୋଇ କ୍ରୀଡା ପ୍ରଦର୍ଶନ କରି ଗୌରବ ଆଣୁଥିବାବେଳେ ନିଜସ୍ୱ ଖେଳ ପଡିଆ ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସ୍ୱତନ୍ତ୍ର ଖେଳ ପଡିଆ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।