ଜୟପାଟଣା, (ଶେଷଦେବ ବେହେରା) : ନିର୍ବିକଳ୍ପ ନିକେତନ କପୁରମାଲ ଠାରେ ଜୟପାଟଣା ବିଶ୍ଵାତ୍ମ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ଉତ୍ସବ, ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ସଦଗୁରୁଦେବ ପରମହଂସ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜଙ୍କ ଉପସ୍ଥିତରେ ସମାରୋହର ସହ ଅନୁଷ୍ଠିତ ହୋଇଯାଇଛି । ସ୍ନ. ୨୦୦୦ମସିହାରେ ସ୍ଥାପିତ ଏହି ବିଦ୍ୟାମନ୍ଦିର କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ, ସଂସ୍କାର, ଆଚାର, ବ୍ୟବହାର, ଶାଳୀନତା, ଶିକ୍ଷା, ଦୀକ୍ଷା ଦେଇ ଭଲମଣିଷ ତିଆରି କରିବାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସୁଥିବା ଯୋଗୁଁ ରୌପ୍ୟ ଜୟନ୍ତୀ ଉତ୍ସବରେ ବହୁ ସଂଖ୍ୟାରେ ଅଭିଭାବକ, ଅଭିଭାବିକା, ଶିକ୍ଷାବିତ, ବୁଦ୍ଧିଜୀବୀ, ତତ ସହ ବିଶ୍ଵାତ୍ମଚେତନା ପରିଷଦ ର ସଦସ୍ୟ, ସଦସ୍ୟାମାନେ ଯୋଗ ଦେଇଥିଲେ । ଆୟୋଜିତ ଉତ୍ସବ ଶିବିରର ମୁଖ୍ୟଅତିଥି ଭାବେ ପରମହଂସ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ଜୀ, ସମ୍ମାନିତ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଜୀ ସାଧାରଣ ସମ୍ପାଦକ ବଲାଙ୍ଗିର ବିଶ୍ଵାତ୍ମ ଚେତନା ଟ୍ରଷ୍ଟ, ସ୍ୱାମୀ ନିତ୍ୟମୁକ୍ତାନନ୍ଦ ସରସ୍ୱତୀ ଜୀ ସଭାପତି ବିଶ୍ଵାତ୍ମ ବିଦ୍ୟା ମନ୍ଦିର ଜୟପାଟଣା ତଥା କଳାହାଣ୍ଡି ଶାଖା ସଭାପତି, ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀ ଜୀ କୋଷାଧ୍ୟକ୍ଷ, ବାବା ଅଯୋଧ୍ୟା ନାଥ ଦାସ ଫୁଲବାଣୀ, ବିଶ୍ଵାତ୍ମବିଦ୍ୟାମନ୍ଦିରର ସମ୍ପାଦକ ତଥା ଅବସରପ୍ରାପ୍ତ ଏ.ବି.ଇ.ଓ ରଜନୀକାନ୍ତ ଠାକୁର, ପ୍ରଧାନ ଶିକ୍ଷକ ବିଜୟକୁମାର ଦାସ, ମୁଖ୍ୟ ଶିକ୍ଷୟତ୍ରୀ ଯଶୋଦା ପଟ୍ଟନାଏକ ଯୋଗଦେଇଥିଲେ । ଶିକ୍ଷାବିତ ରଜନୀକାନ୍ତ ଠାକୁର ବିଦ୍ୟାମନ୍ଦିରର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କର ମନଲୋଭା ହୋଇପାରି ଥିବାବେଳେ, ସ୍ୱାମୀଜୀ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଓ ଦୀର୍ଘାୟୁ କାମନା କରିଥିଲେ । ସକ୍ରିୟ ସଦସ୍ୟ ଗୌରଚନ୍ଦ୍ର ପଣ୍ଡା, ପ୍ରମିଲ ପଣ୍ଡା,ବିଜୟ ଦିଶାରୀ, ରାଜେନ୍ଦ୍ର ପଣ୍ଡା, ମହାବୀର ପ୍ରସାଦ ଅଗ୍ରୱାଲ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ନିର୍ବିକଳ୍ପ ନିକେତନର ସମସ୍ତ ସହଯୋଗୀ ମାନଙ୍କ ସକ୍ରିୟ ସହଯୋଗ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇ ପାରିଥିବା ବେଳେ ସମସ୍ତ ବିଦ୍ୟାମନ୍ଦିରର ସଂଯୋଜକ ସମ୍ବିତ କୁମାର ମଞ୍ଚ ପରିଚାଳନା ଏବଂ ଶିକ୍ଷୟିତ୍ରୀ ଯଶୋଦା ପଟ୍ଟନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।