ଦେଉଲଝରି ମହୋତ୍ସବ ଉଦଯାପିତ

ବୀରମହାରାଜପୁର : ସ୍ଥାନୀୟ ଦେଉଲଝରି ଠାରେ ତୃତୀୟ ଦେଉଲଝରି ମହୋତ୍ସବ ଉଦଯାପିତ ହୋଇଯାଇଛି । ମଠାଧୀଶ ମନହର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କବି ନିରଞ୍ଜନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ଗୋପାଳ ଚନ୍ଦ୍ର ମେହେର, କବି ଅର୍ଜୁନ କୁମାର ସାହୁ, ଆନନ୍ଦ ପଧାନ ଯୋଗ ଦେଇଥିଲେ । ଦେଉଲଝରି ପୀଠ ହେଉଛି ପ୍ରକୃତିର ଗନ୍ତାଘର ଏହାକୁ ସରସ ସୁନ୍ଦର ଏବଂ ତାର ସୁରକ୍ଷା କରିବା ଆମର କର୍ତ୍ତବ୍ୟ ପାହାଡ ଉପରେ ଥିବା ଏହି ମଠକୁ କିପରି ରାସ୍ତାଟିଏ ହୋଇପାରିଲେ ବହୁ ପର୍ଯ୍ୟଟକ ଏଠାକୁ ଆସି ପ୍ରକୃତିର ଭରପୂର ଉପଭୋଗ କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭା ପରିଚାଳନା କବି ରାଧେଶ୍ୟାମ ମିଶ୍ର କରିଥିଲେ । କବି, ସଂଗଠକ ତଥା ତହଁକ୍ ସଂପାଦକ ରାଜେଶ ଦଣ୍ଡସେନାଙ୍କୁ ଦେଉଲଝରି ମହୋତ୍ସବ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । କବି ଯୁଧିଷ୍ଠିର ଖମାରୀଙ୍କ ସଂଯୋଜନାରେ ବଲାଙ୍ଗିର, ସୋନପୁର, ବୌଦ୍ଧରୁ ଆସିଥିବା କବିମାନଙ୍କ ଦ୍ଵାରା ଏକ କବିତା ପାଠ କାର୍ଯ୍ୟକ୍ରମ ହୋଇଥିଲା । ବି ଧର୍ମେନ୍ଦ୍ର ପ୍ରଧାନ, ମାନସୀ ସାହୁ, ନିକିତା ସା, ଉତ୍ତମ ଖମାରୀ ପ୍ରମୁଖ ଯୋଗଦେଇ ଦେଉଲଝରି ଉପରେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ ଆନନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.