ପାତଳପଡ଼ା ପାୱାର ଇଲେଭେନ୍ ପକ୍ଷରୁ ହେଉଥିବା ଛଅ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଆୟୋଜକ ପାତଳପଡ଼ା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପାତଳପଡ଼ା ଗ୍ରାମର ପାୱାର ଇଲେଭେନ୍ ପକ୍ଷରୁ ହେଉଥିବା ଛଅ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଗତ ୨୦ ତାରିଖ ସୋମବାର ଦିନରୁ ଆରମ୍ଭ ହୋଇ ମ୍ୟାଚ ଆଜି ୨୬ ଅକ୍ଟୋବର ରବିବାର ଦିନ ଫାଇନାଲ ମ୍ୟାଚରେ ଶେଷ ହୋଇଥିଲା । ୧୬ଟି ଟିମକୁ ନେଇ ହୋଇଥିବା ଏହି କ୍ରିକେଟ ଖେଳରେ ଫାଇନାଲକୁ ପାତଳପଡ଼ା ପାୱାର ଇଲେଭେନ୍ ଓ ଲଇତରା ଟିମ୍ ପହଞ୍ଚିଥିଲେ । ପାତଳପଡ଼ା ପାୱାର ଇଲେଭେନ୍ ୧୦ ଓଭର ଖେଳରେ ୬ ୱିକେଟ ହରାଇ ୧୮୪ ରନ ହାସଲ କରିଥିଲା । ପାୱାର ଇଲେଭେନର ଓପନର୍ ଶନିଶ୍ଚର ରଣା ପାୱାର ପ୍ଲେର ସମ୍ପୂର୍ଣ୍ଣ ଫାଇଦା ନେଇ ନିଜ ଟିମକୁ ସୁନ୍ଦର ଆରମ୍ଭ ଦେଇଥିବା ବେଳେ ଯୁବ ଖେଳାଳି ପ୍ରମୋଦ ଭୋଇ ମାତ୍ର ୨୪ ବଲ୍ ଖେଳି ୧୦୮ ରନ୍ ନିଜ ଟିମ୍ ପାଇଁ ଯୋଡ଼ି ପାତଳପଡା ଖେଳ ପଡିଆରେ ଏକ ନୂତନ ଇତିହାସ ରଚିଥିଲେ । ପରେ ଲଇତରା ଟିମ୍ ୧୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୦୮ ରନ୍ କରିପାରିଥିଲେ । ପାତଳପଡ଼ା ଚମ୍ପିୟାନ ଓ ଲଇତରା ରନର୍ସ ଅପ୍ ହୋଇଥିଲେ । ଏହି ଫାଇନାଲ ଖେଳର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏନର କୋଷାଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ନବୀନ କୁମାର ତାଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ୱାର୍ଡ ସଭ୍ୟ ସୂର୍ଯ୍ୟକାନ୍ତ ମାଝୀ, ଶେଷଦେବ ଧରୁଆ, ଟିକେମଣି ରଣା, ପ୍ରବୀଣ କୁମାର ଦାସ, ସୁବଳ ବନଛୋର, ଯୁଗେ ରଣା ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥିମାନେ ଉଭୟ ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ । ଆୟୋଜକ ପାତଳପଡ଼ା ପାୱାର ଇଲେଭେନ୍ ପକ୍ଷରୁ ହେଉଥିବା ଛଅ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ଅମିତ୍ ରଣା ଓ ଉପସଭାପତି ନିଲାଞ୍ଚଳ ସିଂ ଭୋଇଙ୍କ ନେତୃତ୍ୱରେ କମିଟିର ସମସ୍ତ କର୍ମକର୍ତ୍ତା ଓ ପାତଳପଡ଼ା ଗ୍ରାମବାସୀ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.