୪ର୍ଥ ହାତୀସରା ଲୋକ କଳା ମହୋତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ଗାଁରେ ୧୭ତମ ସାର୍ବଜନୀନ ମା’ ଦୁର୍ଗାପୂଜା ଅବସରରେ କଳା ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମିଳନ ଚତୁର୍ଥ ବର୍ଷ ଲୋକ କଳା ମହୋତ୍ସବ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ଲୋକ କଳା ମହୋତ୍ସବ କମିଟି, ହାୟୋ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ୩ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତ ୩୦ ତାରିଖ ଦିନ କଟକର ସୁବାସ କର ସଙ୍ଗୀତ ଓ ହାତୀସରାର ବେନାର ମୁହୁରିଆ କଳା ପରିଷଦ ପରିବେଷଣ କରିଥିବା ବେଳେ ୧ ତାରିଖ ଦିନ ଭୁବନେଶ୍ୱରର ସାଗର ବେହେରା ଓ ଗ୍ରୁପ ଓ ବଲାଙ୍ଗିରର ଘୁଙ୍ଗୁରୁ କଳା ପରିଷଦ ଏବଂ ୨ ତାରିଖ ଦିନ ପୁରୀର ଭକ୍ତିସୁଧା ଭଜନ ସନ୍ଧ୍ୟା ଓ ପୁରୁନାପାଏନର ଡ୍ୟାନ୍ସ ଗ୍ରୁପ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମହୋତ୍ସବ ପରିଚାଳନାରେ ଦୁର୍ଗା ପୂଜା ଓ ମହୋତ୍ସବ କମିଟିର ସଭାପତି ଢୁଲେଶ୍ଵର ସୁନା, ଉପ ସଭାପତି ଅମର ସିଂ ବାଗ, ସମ୍ପାଦକ ପ୍ରକାଶ ସୁନା, ସହ ସମ୍ପାଦକ ଅଗାଧୁ ସୁନା, କୋଷାଧ୍ୟକ୍ଷ ସରୋଜ ସୁନା, ସମନ୍ୱୟକାରୀ ସୁଶାନ୍ତ ହରିପାଲ ଓ ସୁଦାମ ନାଗ ସହଯୋଗ କରିଥିଲେ ।

Leave A Reply

Your email address will not be published.