ଟିଟିଲାଗଡ଼ ଠାରେ ଆୟୋଜିତ ଭାରତର ସର୍ବ ବୃହତ ଗ୍ରାମୀଣ କ୍ରୀଡା ଉତ୍ସବ ଉଦଯାପିତ

  • ଯୋଗଦେଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗ୍ରାମୀଣ ଭାରତର ୬୦%ରୁ ଅଧିକ ଲୋକ କାର୍ଯ୍ୟକ୍ଷମ ବୟସର, ତଥାପି ଲାଭରହିତ କୃଷି ଓ ଅସମାବେଶୀ ବିକାଶ କାରଣରୁ ଏମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରାମୀଣ ଯୁବକମାନେ ଅତ୍ୟଧିକ ଦାରିଦ୍ର୍ୟରେ ଆବୃତ ହୋଇ ନିଶାର ଶିକାର ହେଉଛନ୍ତି । ଈଶା ଗ୍ରାମୋତ୍ସବମ ହେଉଛି ଗ୍ରାମୀଣ ଚେତନାକୁ ପୁନର୍ଜାଗ୍ରତ କରିବା ଓ ଗ୍ରାମୀଣ ସମ୍ପ୍ରଦାୟରେ ଉତ୍ସବମୁଖର ମାନସିକତା ଫେରାଇ ଆଣିବାର ଏକ ଉଦ୍ୟମ । କ୍ରୀଡ଼ା ଏବଂ ଗ୍ରାମୀଣ ସଂସ୍କୃତିର ବିସ୍ତୃତ ପ୍ରଦର୍ଶନ ମାଧ୍ୟମରେ, ଈଶା ଗ୍ରାମୋତ୍ସବମ୍ ଗ୍ରାମବାସୀଙ୍କୁ ନିଶାରୁ ଦୂରେଇ ରଖିବା, ଜାତିଗତ ବାଧା ଭାଙ୍ଗିବା, ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସୁପ୍ତ ଗ୍ରାମୀଣ ଚେତନାକୁ ପୁନର୍ଜୀବିତ କରିବା ଦ୍ୱାରା ସାମାଜିକ ପରିବର୍ତ୍ତନର ଏକ ପ୍ରଭାବଶାଳୀ ଉପକରଣ ପାଲଟିଛି । ଟିଟିଲାଗଡ଼ ହାଇସ୍କୁଲଠାରେ ଆୟୋଜିତ ଏହି ଦୁଇ ଦିନିଆ ଖେଳରେ ୪୦ଟି ଭଲିବଲ ଟିମ ଓ ୬ ଟି ଥ୍ରୋ ବଲ ଟିମ ଅଂଶ ଗ୍ରହଣ କରିଥିଲେ । ରବିବାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ରୂପେ ଏ ବି ଇ ଓ ପ୍ରବିର ପଣ୍ଡା, ଭଲିବଲ ଆସୋସିଏସନର ସମ୍ପାଦକ ଦୀପକ ସମାଦ୍ଦ।ର, ଖେଳ ଟି ଆଇଡି ପଦ୍ମଜା ନନ୍ଦିନୀ ବହିଦାର, ସମ୍ବଲପୁରର ସମାଜସେବୀ ସନ୍ତୋଷ କୁମାର ବାରିକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ପଡିଆ ଭିତରକୁ ଯାଇ ନିଜେ ଖେଳାଳିମାନଙ୍କ ସହ ଖେଳ ଖେଳିଥିଲେ ବିଧାୟକ ନବୀନ ଜୈନ । ଏହାପରେ ଭଲିବଲ ଓ ଥ୍ରୋ ବଲ ଫାଇନାଲରେ ବିଜୟୀ ହୋଇଥିବା ଟିମକୁ ଉପସ୍ଥିତ ଅତିଥି ମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ମ୍ୟାଚ ପରିଚାଳନା କରିବାରେ ଆଲୋକ ସିକ୍ସର୍ ଓ ଗୁପ୍ତେଶ୍ୱର ବାରିକ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଇସା ଫାଉଣ୍ଡେସନର ଦେବରାଜ ମେହେର, ନମ୍ରତା ଆକା, ଆଲାକ ଜା, ହେମନ୍ତ ପୋଡ୍ଦାର, ରିତା ପ୍ରଧାନ, ଶିବାନୀ ମେହେର, ଆଦିତ୍ୟ ଅଗ୍ରୱାଲ, ମନୁ ମେହେର, ଗର ଗନା, ଗୋପେନ୍ଦ୍ର ଆନା, ଶକ୍ତି ଆନ୍ନା, ରଘୁନାଥ ପାଣିଗ୍ରାହୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.