ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଚାରଭଟାଠାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ ଭେଲି ସ୍କୁଲଠାରେ ଦୀର୍ଘ ଛ ଦିନ ଧରି ଆୟୋଜିତ ଆନ୍ତଃରାଜ୍ୟ ସ୍ତରୀୟ ଫୁଟ୍ବଲ୍ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ୧୪ ବର୍ଷରୁ କମ୍,୧୭ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ୬୧ଟି ବିଦ୍ୟାଳୟର ୧୧୩୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ୧୪ ବର୍ଷରୁ କମ୍ ବର୍ଗର ୧୩ ଟି ଦଳର ୧୯୪ ଜଣ, ପ୍ରତିଯୋଗୀ ଲିଗ୍ ମେଚ୍ ୭ଟି, କ୍ୱାଟରଫାଇନାଲ୍ ମେଚ୍ ୪ଟି, ସେମିଫାଇନାଲ୍ ମେଚ୍ ୨ଟି, ଫାଇନାଲ ମ୍ୟାଚ ସହ ସମସ୍ତ ବର୍ଗର ସର୍ବମୋଟ ୮୪ ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାର ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟରେ ପରିବେଷ୍ଟିତ ପରିବେଶ ଭିତରେ ଶାନ୍ତିଶୃଙ୍ଖଳାର ସହିତ ପ୍ରତିଯୋଗୀମାନେ ଶିର୍ଷରେ ପହଞ୍ଚିବାର ଦୃଢ ମନୋବଳ ରଖି ଫାଇନାଲ୍ ଖେଳ ପ୍ରଦର୍ଶନ କରିଥିଲେ । (୧୪ ବର୍ଷରୁ କମ) ଓ.ଡ଼ି. ଏମ୍ ପବ୍ଳିକ୍ ସ୍କୁଲ୍, ଭୁବନେଶ୍ୱର ,(୫-୦) ଗୋଲରେ ବ୍ରାଇଟେଣ୍ଡ ଇଣ୍ଟରନେସନାଲ୍ ସ୍କୁଲ୍ , ଛତିଶଗଡ଼ (୧୯ ବର୍ଷରୁ କମ୍)ସେଣ୍ଟ ଆରନର୍ଲଡ଼ ସ୍କୁଲ୍, ଝାର୍ ତରଙ୍ଗ ରାଉରକେଲା ବିଜୟୀ (୩-୦) ଡ଼ାଫୋଡ଼ିଲ୍ସ ଇଂଲିଶ ମିଡ଼ିୟମ୍ ସ୍କୁଲ, ରାଏପୁର(୧୭ ବର୍ଷରୁ କମ୍)ଓ.ଡ଼ି.ଏମ୍ ପବ୍ଳିକ୍ ସ୍କୁଲ୍, ଭୁବନେଶ୍ଵର ବିଜୟୀ(୩-୦) ଗୋଲରେ ବ୍ରହ୍ମବିଦ ଦି ଗ୍ଲୋବାଲ୍ ସ୍କୁଲ । ଶୁକ୍ରବାର ଅନବରତ ବର୍ଷା ଖେଳାଳୀମାନଙ୍କର ମନୋବଳକୁ ଭାଙ୍ଗି ପାରିନଥିଲା । ବର୍ଷା ଲାଗି ରହିଥିବା ସତ୍ତ୍ୱେ ଖେଳାଳୀମାନେ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ । ଦର୍ଶକ ମଧ୍ୟ ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଉତ୍କଣ୍ଠାର ସହିତ ଖେଳଗୁଡ଼ିକୁ ଉପଭୋଗ କରିଥିଲେ । ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା କରିବାପାଇଁ ୫୯ ଜଣ ପ୍ରଶିକ୍ଷକ, ୫୨ଜଣ ପ୍ରବନ୍ଧକଙ୍କ ସହିତ ସି.ବି ଏସ୍.ଇ ତରଫରୁ ଆନନ୍ଦ ସିଂ ତିୱାରୀ ମୁଖ୍ୟ ନିରିକ୍ଷକ ଭାବେ ନିଯୁକ୍ତ ଥିଲେ । ଏହି ଆନ୍ତଃରାଜ୍ୟସ୍ତରୀୟ ଫୁଟବଲ୍ କ୍ଲଷ୍ଟର- ୨ ଉଦ୍ଯାପନୀ ଉତ୍ସବର ମହାସମାରୋହରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଦେବୀ ଜୈନ୍, ବିଦ୍ୟାଳୟର ସଂସ୍ଥାପକ ,ଶିକ୍ଷାବିତ୍ ଲାୟନ୍ ଦୀପକ କୁମାର ସାହୁ, ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ବରିଷ୍ଠ ଆଇନ ଜୀବୀ ପ୍ରଦୀପ ମହାନ୍ତି, ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ଡ଼.ରବୀନ ଚନ୍ଦ୍ର ପରମାଣିକ, ଅଧ୍ୟକ୍ଷ ଏମ୍.ନାଗାମାଲେଶ୍ଵର ରାଓ, ମୋବାଇଲ୍ ହେଲଥ ଦଳ(ଏମ୍.ଓ ଇନ୍ ଚାର୍ଜ) ଡ. ମୀନକେତନ କିଶନ୍, ଏମ୍ . ଏଚ୍.ଟି-୧ ଡ. ଇତିଶ୍ରୀ ଜୈନ, ଡ.ଦୀପକ କୁମାର ସାହୁ, ଦେବବ୍ରତ ଦେହୁରୀ, ଅଞଳୀ ଦେହୁରୀ , ଏମ୍. ଏଚ୍.ଟି -୨ ଡ. ବିଜୟଲକ୍ଷ୍ମୀ ସାହୁ, ଡ. ପ୍ରଜ୍ଞାମୟ ବେହେରା, ସୁରେନ୍ଦ୍ର କୁମାର ସାହୁ, ରତ୍ନାମୟୀ ଜଗତ, ଏମ୍ .ଏଚ୍.ଏୟୁ ଡ.ଯୋଗେଶ୍ୱରୀ ଦୀପ, ଶର୍ମିଷ୍ଠା ମିଶ୍ର ଯୋଗଦେଇଥିଲେ । ପ୍ରାରମ୍ଭିକ ସଙ୍ଗୀତ ସହିତ ସମ୍ମାନୀତ ଅତିଥିମାନଙ୍କୁ ସ୍ଵାଗତ କରାଯାଇଥିଲା । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟଅତିଥି ପୌରାଧ୍ୟକ୍ଷା ମମତା ଦେବୀ ଜୈନ ଖେଳର ଉଦ୍ଦେଶ୍ୟ ଏବଂ ମହତ୍ତ୍ୱ ସମ୍ପର୍କରେ ତାଙ୍କର ଅଭିଭାଷଣ ରଖିଥିଲେ ଓ ବିଜୟୀ ଦଳମାନଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ବିଭାଗ, ବ୍ୟବସ୍ଥା ପ୍ରମୁଖ ଦାନିଏଲ୍ ବାରିକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହିଭଳି ଏକ ବିରାଟ କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି ସି.ବି.ଏସ୍.ଇ ମୁଖ୍ୟ ଖେଳ ନିରିକ୍ଷକ ଆନନ୍ଦ ସିଂ ତିୱାରି ଧନ୍ୟବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟ ସଂସ୍ଥାପକ ତଥା ସଭାପତି ଲାୟନ ଦୀପକ କୁମାର ସାହୁ ସି.ବି.ଏସ୍.ଇ ଖେଳ ପତାକାକୁ ଅବତରଣ କରି ଖେଳର ପରିସମାପ୍ତି ଘୋଷଣା କରିଥିଲେ ।
