oom

ଜରାସିଂହା ବୁଢ଼ୀଆଈ ଯାତ୍ରା ଉଦ୍‌ଯାପିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ୀଆଈ ଯାତ୍ରା ବା କାଦୋଯାତ୍ରା ବୁଧବାର ଉଦ୍‌ଯାପିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ବୁଧବାର ଦେହେରୀ ଓ ଝାଙ୍କରଙ୍କୁ ବରଣ କରାଯିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ୯ଟା ସମୟରେ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ୧୧ଟା ସମୟରେ ବଳାଙ୍ଗିର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲା ଶ୍ରଦ୍ଧାଳୁମାନଙ୍କ ଧାର ଦେଖିବାକୁ ମିଲିଥିଲା । ବୁଢ଼ୀଆଈ ଯାତ୍ରାର ମୁଖ୍ୟ ବରୁଆ ଭାବେ ସନ୍ତୋଷ ଥନାପତି ଦାୟିତ୍ୱ ନେଇଥିବା ବେଳେ ଜମୀଦାର ଦୁର୍ଗାପ୍ରସାଦ ସିଂଦେଓ, ପୂଜକ ଉଜ୍ୱଳ ଝାଙ୍କର, ସାହାଣି ନାରାୟଣ ସିଂ ସାହାଣି, ପେଠା ବାବୁ ଶଙ୍କର ସିଂବାବୁ, ମଶାଲ ଶ୍ରୀବତ୍ସ ସାହୁ, ଛତ୍ରିଆ ଜୟହିନ୍ଦ ଛତ୍ରିଆ ଭୂମିକା ନେଇଥିଲେ । ଜରାସିଂହା ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ ଏସୋସିଏସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଜରାସିଂହା ଗାଁ ଭିତରେ ବୁଢ଼ୀଆଈ ଯାତ୍ରା ଓ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଯାତ୍ରା ସମାପନ ହୋଇଥିଲା ।

jittmm
Leave A Reply

Your email address will not be published.