
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ ସ୍ତରୀୟ ତୃତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିବା “ନିଷ୍ଠା” ତାଲିମ ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଏବିଇଓ ବିପିନ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଆର୍ସିସି ପ୍ରହଲ୍ଲାଦ ଦଣ୍ଡସେନା ଯୋଗ ଦେଇଥିଲେ । ଏଥିରେ ବ୍ଲକର ୩୨ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ନେଇଥିଲେ । ସାଧନକର୍ମୀ ଭାବେ ଅଭୟ କୁମାର ମିଶ୍ର, ମନୋରଞ୍ଜନ ଭୋଇ, ଜୁଲ ଫିକର ଖାନ୍, ରମେଶ ଚନ୍ଦ୍ର ଭୋଇ ଓ ସୁରେନ୍ଦ୍ର ନାଥ ଶାମଲ ତାଲିମ ଦେଇଥିଲେ । ତାଲିମର ଚତୁର୍ଥ ଦିବସରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିଷ୍ଠା ମୋଡୁଲ୍ ବଣ୍ଟନ କରାଯାଇଥିଲା । ବିଆର୍ଟି ଅଶୋକ କୁମାର ଶାମଲ ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ତାଲିମଟି ୨୯ ଏପ୍ରିଲରୁ ଆରମ୍ଭ ହୋଇ ୩ ମଇରେ ଶେଷ ହୋଇଥିଲା ।