centurian jitm

ଗୁଡଭେଲା ବ୍ଲକ ସ୍ତରୀୟ “ନିଷ୍ଠା” ତାଲିମ ଉଦ୍‌ଯାପିତ

nschool

ତୁଷୁରା/ଗୁଡଭେଲା, (କେପିଏନ୍‌ଏନ୍‌) : ଗୁଡଭେଲା ବ୍ଲକ୍ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ “ନିଷ୍ଠା” (ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ୨୦୨୪-୨୫) ତାଲିମ ଉଦ୍‌ଯାପିତ ହୋଇଯାଇଛି । ଏପ୍ରିଲ ୨୧ରୁ ଆରମ୍ଭ ହୋଇ ୨୫ ତାରିଖ ତାଲିମ ଶେଷ ହୋଇଛି । ରମେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ବିପିନ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ଯୋଗ ଦେଇଥିଲେ । ବ୍ଲକ୍‌ର ୩୫ଟି ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ସାଧନକର୍ମୀ ଭାବେ ଅଭୟ କୁମାର ମିଶ୍ର, ମନୋରଞ୍ଜନ ଭୋଇ, ରମେଶ ଚନ୍ଦ୍ର ଭୋଇ, ସୁରେନ୍ଦ୍ର ନାଥ ଶାମଲ ଓ ଜୁଲ ଫିକର ଖାନ୍ ପ୍ରଶିକ୍ଷଣ ଦେଇଥିଲେ । ଚତୁର୍ଥ ଦିବସରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିଷ୍ଠା ମୋଡୁଲ୍ ବଣ୍ଟନ କରାଯାଇଥିଲା । ତାଲିମରେ ବିଆର୍‌ଟି ଅଶୋକ କୁମାର ଶାମଲ ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.