centurian jitm

ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ ନାଟଯାତ୍‌ରା ଉଦ୍‌ଯାପିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ଗତ ବୁଧବାରରୁ ଚାଲିଥିବା ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦଯାପନ ଉତ୍ସବରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମାଁ ସମଲେଇଶ୍ୱରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପୁଜାର୍ଚ୍ଚନା ପରେ ନାଟ୍ୟ ନିର୍ଦ୍ଦେଶକ ଭାସ୍କର ରାୟ ମେହେଟା ଓ ଲୀଳା ନାଟକ କଳାକାର ତୀର୍ଥ ସାହୁ ଙ୍କ ସ୍ମୃତିରେ ମଞ୍ଚ ସମର୍ପଣ କରାଯାଇଥିଲା । ରାମଜୀ ଯୁବକ ସଂଘର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ସାଇଟ୍‌ କଲେଜର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଦିର୍ଘ ଅର୍ଦ୍ଧ ଶତାଦ୍ଧି ଧରି ତାଙ୍କ ସଂସ୍ଥା କିପରି କ୍ରୀଡାର ତଥା ନାଟକର ଉନ୍ନତି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଡି ହୋଇ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ତଥା ଅର୍ଥନୈତିକ ଉନ୍ନତିରେ ଆଗେଇ ଚାଲି ସମସ୍ତଙ୍କର ଆସ୍ଥାଭାଜନ ହୋଇପରିଛି, ତାହା ସଂକ୍ଷେପରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଯୋଗଦାନ କରି ନାଟକ ଜରିଆରେ କେବଳ ଭାଷା କାହିଁକି ସମାଜକୁ ଉଚିତ ମାର୍ଗଦର୍ଶନ କରିପାରିବ । ପୁନଶ୍ଚ ଏହି ସଂସ୍ଥା ବିଭିନ୍ନ ଜନହିତକର କାର୍ଯ୍ୟ କରି ଜିଲ୍ଲାର ଗୌରବ ବଢାଉଛି ବୋଲି କହିଥିଲେ । ଡା. ପ୍ରମୋଦ କୁମାର ମିଶ୍ର ତାଙ୍କର ସଭାପତିତ୍ୱ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନାଟ୍ୟ କଳାକାର ଶମ୍ଭୁ ପ୍ରସାଦ ନାଏକ, ରାଜେନ୍ଦ୍ର କୁମାର ମିଶ୍ର, ଲଲିତ ପୁଜାରୀ, ରାମ ପ୍ରସାଦ ଦାଶ ଓ ଶୈଳେନ୍ଦ୍ରୀ ବାରିକଙ୍କୁ ନାଟକ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶେଷରେ ହୀମାଂଶୁ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ସାଇଟ୍‌ ନର୍ସିଂ, ଇଂଜିନିୟରିଂ ତଥା ଡି.ଏମ.ଏଲ.ଟିର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟଂକ୍ରମରେ ଅନ୍ୟମାନଙ୍କ ସହ ସାଇଟ୍‌ ନର୍ସିଂ କଲେଜର ନିର୍ଦ୍ଦେଶିକା ତୃପ୍ତିମୟୀ ମିଶ୍ର, ନମିତା ପଟେଲ, ଲୋପାମୁଦ୍ରା ମିଶ୍ର , ବୃନ୍ଦାବନ ମହାକୁର,ଅଶୋକ ପଧାନ, ପ୍ରଶାନ୍ତ ତ୍ରିପାଠୀ, ସନ୍ତୋଷ ବ୍ରହ୍ମା, ଆଦିତ୍ୟ ପଟ୍ଟନାୟକ, ପ୍ରହଲ୍ଲାଦ ଦର୍ଜି, ପ୍ରଫୁଲ୍ଲ ମିଶ୍ର, ପ୍ରେମାନନ୍ଦ ସାଏ, ଲୋକନାଥ ସିଂହ ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.