oom

ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଗୋପବନ୍ଧୁ ପଡା କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଲାନ୍ଥନଦୀ ଖେଳ ପଡିଆ ଠାରେ ବୈକୁଣ୍ଠ ସେଠଙ୍କ ତତ୍ତ୍ୱବଧାନରେ ଦ୍ୱିତୀୟ ବର୍ଷ ପିତାମ୍ବର ସେଠ ମେମୋରିଆଲ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ଦେଓଗାଁ ଟିମ ଓ ସଇଁତଲା ଲାନ୍ଥବୁଢା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଇଁତଲା ଲାନ୍ଥବୁଢା ଟିମ ଟସ ଜିଣି ନିର୍ଦ୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୨୩ ରନ ସଂଗ୍ରହ କରିଥିବାବେଳେ ଜବାବ ଦେଓଗାଁ ଟିମ ବିନା ଉଇକେଟରେ ୨୪ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଉକ୍ତ ଖେଳକୁ ବରିଷ୍ଠ ଖେଳାଳି ବିକ୍ରମ ସା ଓ ମଣ୍ଟୁ ସେଠ ପରିଚାଳନା କରିଥିବା ବେଳେ ସ୍କୋର ସୁମିତ ଦଣ୍ଡସେନା ଦାୟିତ୍ୱ ତୁଲାଇଥିଲେ । ଏହାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା, ସାମ୍ବାଦିକ ସଂଘ ସଭାପତି ନାରାୟଣ ସାହୁ, ସଇଁତଲା ଭୁତେଶ୍ଵର ବାବା ପୀଠ କମିଟିର ସଭାପତି ସନ୍ତୋଷ ବିଶ୍ୱାଲ ପ୍ରମୁଖ ଯୋଗଦାନ କରି ଉଭୟ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଜେତା ଦେଓଗାଁ ଟିମକୁ ନଗଦ ରାଶି ୩୫୫୫ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ସଇଁତଲାକୁ ୨୫୫୫ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ରାହୁଲ ପ୍ରଧାନଙ୍କୁ ଯୁବ ବେଷ୍ଟ ସ୍ୱେଛାସେବୀ ଭାବରେ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଖେଳରେ ମଣ୍ଟୁ ସେଠ, ଶ୍ୟାମସୁନ୍ଦର ସାହୁ, ଶକ୍ତି ବେହେରା, ସ୍ୱାଗତ ବେହେରା, କମଳ ସାହୁ, ସୋନୁ ସାହୁ, ରିଙ୍କୁ ସାହୁ, ଅଙ୍କେଶ ସାହୁ, ବିଙ୍କେଶ ସାହୁ, ଜ୍ୟୋତି ସରାଫ, ଆଶୁତୋଷ ସାହୁ, ମନୋରଞ୍ଜନ ସାହୁ, ଯଶୋବନ୍ତ ସାହୁ , ସୁଶୀଲ ସାହୁଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.