ଅଷ୍ଟପ୍ରହର ନାମ ସଂର୍କୀତ୍ତନ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଘନିପୁର ପଞ୍ଚାୟତ ଅନ୍ତର୍ଗତ ଘନିପୁର, ଘୋରଡ଼ିଆ ଗ୍ରାମରେ ୩ଦିନ ବ୍ୟାପୀ ଅନୁଷ୍ଠିତ ୧୧ତମ ଅଷ୍ଟପ୍ରହର ନାମ ସଂର୍କୀତ୍ତନ ଉତ୍ସବ ଗୁରୁବାର ଅଧିବାସ ଆରମ୍ଭ ଶନିବାର ଅପରାହ୍ନରେ ଉଦ୍‌ଯାପିତ । ଶୁକ୍ରବାର ଅଖଣ୍ଡ ନାମ ସଂର୍କିତ୍ତନ ସହ ୬ ମଣ୍ଡଳ ମହିଳା ଓ ପୁରୁଷ ନଦିଆ ସଂର୍କୀତ୍ତନ ମଣ୍ଡଳି ଯୋଗ ଦେଇଥିଲେ ଏବଂ ନଦିଆ ସଂର୍କୀତ୍ତନ, ହରେ କୃଷ୍ଣ ହରେ ରାମ ଧ୍ୱନିରେ ସମଗ୍ର ଅଞ୍ଚଳ ଆଧ୍ୟତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା । ନଗର କୀର୍ତ୍ତନ ପରିକ୍ରମା, ଯମୁନା ଯାତ୍ରା ତଥା ଭକ୍ତ, ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କାର୍ଯ୍ୟ ବ୍ୟବସ୍ଥା ଓଁ ଶ୍ରୀ ଶ୍ରୀ ରାଧାମୋହନ ଦେବ ମଠ ଏବଂ ଗ୍ରାମବାସୀ ବୃନ୍ଦ ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ଧର୍ମାନୁଷ୍ଠାନ ପରିଚାଳନା କାର୍ଯ୍ୟରେ ଘନିପୁର, ଘୋରଡ଼ିଆ ଗ୍ରାମବାସୀ ଏବଂ ଗ୍ରାମର ଯୁବଗୋଷ୍ଠୀ ସହଯୋଗ କରିଥିଲେ ।

Leave A Reply

Your email address will not be published.