ଗୁଡଭେଲା ବ୍ଲକର ତ୍ରିଦିବସୀୟ ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ “ପ୍ରଗତି” ପ୍ରଶିକ୍ଷଣ ଉଦ୍‌ଯାପିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ୫୦ ଜଣ ପ୍ରଧାନ ଶିକ୍ଷକଙ୍କୁ ନେଇ ତାଙ୍କର ବୃତ୍ତିଗତ ବିକାଶ ନିମନ୍ତେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ସକାଶେ ଗତ ୨୦ ତାରିଖରୁ ଆରମ୍ଭ ହେଇଥିବା ତ୍ରିଦିବସୀୟ “ପ୍ରଗତି” ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ଗୁଡଭେଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ପ୍ରଶିକ୍ଷଣରୁ ପ୍ରାପ୍ତ ଅଭିଜ୍ଞତାକୁ ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଆର୍‌ସିସି କମ୍ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ ଯୋଗ ଦେଇଥିଲେ । ଭେନ୍ୟୁ ଇନ୍‌ଚାର୍ଜ ଥିବା ସିଆର୍‌ସିସି ଷଢାନନ ପ୍ରଧାନୀ ପ୍ରଶିକ୍ଷଣର ବିବରଣୀ ଉପସ୍ଥାପନ କରିଥିଲେ । ଆର୍‌ପି ତଥା ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ ଓ ଦୁତିଆ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ଆର୍‌ପି ତଥା ପ୍ରଧାନ ଶିକ୍ଷୟିତ୍ରୀ ରୋଲିନା ମାଝୀ ଓ ଦୀପାଞ୍ଜଳୀ ଛତ୍ରିଆ ସହଯୋଗ କରିଥିଲେ ।

Leave A Reply

Your email address will not be published.