oom

ସୁକତେଲ ମହୋତ୍ସବ ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ପଡିଆରେ ସୁକତେଲ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ମହୋତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହି ନେଇଥିଲା । ବଲାଙ୍ଗିରର ସୁନାମଧନ୍ୟ ଅନୁଷ୍ଠାନ ସଂଯୋତ କଳାକେନ୍ଦ୍ର ମଡୁଆଶାଲ, ପଂଚରସି, ଡାଲଖାଇ ଆଦି ଲୋକ ନୃତ୍ୟ ଓ ଲୋକ ଗୀତ ମଡୁଆଶାଲର ବିଶେଷ ଆକର୍ଷଣ ବିହାବେଦିରେ ମଡୁଆ ମାରିବା ଠୁ ନେଇ ଝିଅ ଶାଶୁ ଘର ଯିବା ପର୍ଯ୍ୟନ୍ତ ଲୋକଗୀତ ଓ ଲୋକନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଏହି ନୃତ୍ୟକୁ ଗୁରୁ ସଂଗୀତା ଦାଶ ନିର୍ଦ୍ଦେଶନା ଦେଇଥିଲେ । ଦଣ୍ଡନୃତ୍ୟ, ରାମଲୀଳା, କୀର୍ତ୍ତନ ସହ ବହୁ କଳାକାର ଯୋଗ ଦେଇଥିଲେ । ମୁଖ୍ୟତଃ ସଂସ୍କୃତି ଗବେଷକ ନବୀନ କୁଅଁର, ବ୍ୟାସଦେବ ପୁରୋହିତ, ମୁରଲିଧାରୀ ପତି, କପିଳେଶ୍ୱର ଖମାରୀ, ମଧୁସୁଦନ ନାୟକଙ୍କ ଉପସ୍ଥିତି ବହୁ କଳାକାରଙ୍କୁ ଉତ୍ସାହିତ କରିଥିଲା । ଅତିଥି ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ଅମରଜିତ ପଟେଲ ଓ ପୁରୁଷୋତ୍ତମ ପଟେଲ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉଦ୍‌ଯାପନୀ ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ବରେଣ୍ୟ ଅତିଥି ଉପ-ଜିଲ୍ଲାପାଳ ଆଲୋକ ରଂଜନ ପଟେଲ, ଗୋଲାପ ବାଗ ପ୍ରମୁଖ ମଂଚାସୀନ ହୋଇଥିଲେ । ବଶିଷ୍ଟ କଳାକାର ଦଣ୍ଡଶିରୋମଣୀ ସାନନ୍ଦ ଶିକା, ବିଶିଷ୍ଟ ସମାଜସେବୀ ଲୋକନାଥ କୁମୁରା, ଅନିବେଶ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାରେ ଆର୍‌.ଆର୍‌. କଲୋନୀ ଡୁଙ୍ଗୁରିପାଲି, ଘୁଙ୍ଗୁରୁ କଳାପରିଷଦ, ଦେଓଗାଁ ବିଡିଓ, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରତାପ ସାହୁ କଳା ପରିବେଷଣ କରିଥିଲେ । ଆୟୋଜକ କମିଟି ସଭାପତି ବିଧୂଭୂଷଣ ସିଂଦେଓ, ସଂପାଦକ ମନ୍ମୟ ଆନନ୍ଦ ତ୍ରିପାଠୀ, ଆବାହକ ଚିଙ୍କୁ ପ୍ରଧାନ, ସଂଯୋଜକ କଳା ସଂଗଠକ ଜୟକୃଷ୍ଣ ମିଶ୍ର, ଉପଦେଷ୍ଟା ମଳୟ ତ୍ରିପାଠୀ, ସଂଜୟ ଆନନ୍ଦ ତ୍ରିପାଠୀ, ସତ୍ୟ ଗହୀର, ସୁବଳ ଗୁରହାଣ୍ଡି, ସୁରେଶ ମେହେର, ହାଡିବନ୍ଧୁ ତ୍ରିପାଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

jittmm
Leave A Reply

Your email address will not be published.