oom

ଜୁନିୟର ଇନଟ୍ରା କ୍ଲବ କ୍ରିକେଟ ଉଦ୍‌ଯାପିତ : କେୱାଇଏସ୍‌ସି କଣ୍ଟାବାଞ୍ଜି ଚମ୍ପିୟାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଇନ୍‌ଟ୍ରା କ୍ଲବ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ଟି କେୱାଇଏସ୍‌ସି କଣ୍ଟାବାଞ୍ଜି ଓ ନବକିଶୋର ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋର ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟି କରି ୯୫ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା । ନବ କିଶୋର ଦଳ ତରଫରୁ ନୀତିନ ଚିିର୍ଗୁନ ସର୍ବାଧିକ ୩୪ ରନ୍‌ ଏବଂ ସମର୍ପିତ ପଟେଲ ୧୫ ରନ୍‌ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ସଫଳ ବୋଲର ଭାବରେ ନିହାର ରଂଜନ ୩ ଗୋଟି, ପ୍ରିୟାଂଶୁ ଚୌଧୁରୀ ଓ ଦିବ୍ୟମ ଛପାଡିଆ ୨ଗୋଟି ଲେଖାଏଁ ୱିକେଟ ନେଇଥିଲେ । ୯୬ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ କେୱାଇଏସ୍‌ସି କଣ୍ଟାବାଞ୍ଜି ଦଳ ୬ ୱିକେଟ ହରାଇ ଆବଶ୍ୟକୀୟ ୯୬ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ନବକିଶୋର ଦଳ ତରଫରୁ ସଫଳ ବୋଲର୍‌ ଭାବରେ ସିଦ୍ଧେଶ୍ଵର ବାଗ ସର୍ବାଧିକ ୪ଗୋଟି ୱିକେଟ ନେଇଥିଲେ । ଆଜିର ଏହି ମ୍ୟାଚ୍‌କୁ ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ଓ ଜଗପତି ନାଏକ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ଉଦ୍‌ଯାପନୀ ମ୍ୟାଚ୍‌ ଅବସରରେ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ସହ-ସଂପାଦକ ଶତୃଘନ ସିଂ, କୋଷାଧ୍ୟକ୍ଷ ହେମନ୍ତ ବେହେରା, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ବରିଷ୍ଠ ସଭ୍ୟ ପ୍ରଭାତ ମିଶ୍ର, ଫଟବଲ ସଂପାଦକ ଶରତ ନନ୍ଦ, ବରିଷ୍ଠ ସଦସ୍ୟ ବିଜୟ ବଂଶଲ, କୈଳାସ କର୍ତ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ପୁରସ୍କାର ବିତରଣ ସହ ଉତ୍ସାହିତ କରିଥିଲେ । ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଦିବ୍ୟମ ଛପାଡିଆଙ୍କୁ ମ୍ୟାନ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.