jayashree

୩ ଦିନିଆ ପାଚିକା ଓ ସହାୟିକାମାନଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଗତ ୩ ଦିନ ଧରି ଚାଲିଥିବା ବ୍ଲକସ୍ତରୀୟ ପିଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକାମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଡିଇଓ ବିକାଶ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସଇଁତଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ଯୋଗଦାନ କରି ଶିବିରରେ ଉପସ୍ଥିତ ଥିବା ପାଚିକା ସହାୟିକାମାନଙ୍କୁ ଉତ୍ସାହିତ କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସେଲମା ଓ ସିଆର୍‌ସିସି ମାନେ ଉପସ୍ଥିତ ଥିଲେ । ଏହି ତାଲିମ ଶିବିରରେ ବ୍ଲକ କଲୋନୀ, ଘଣ୍ଟମାଲ, ବୁଢ଼ାବାହାଲ, କନ୍ଧକେଲଗାଁ, ସଇଁତଲା, ସାନ୍ତଉପେର ୬ ଗୋଟି କ୍ଲଷ୍ଟର ପାଚିକା ଓ ସହାୟିକାମାନେ ଉପସ୍ଥିତ ଥିଲେ । ପ୍ରଥମେ ପାଚିକାମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମସ୍ତ ବିଦ୍ୟାଳୟର ପାଚିକାମାନେ ଭାଗ ନେଇଥିଲେ । ଏହାପରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କିପରି ଭାବେ ପରିଷ୍କାର ପରିଚ୍ଛନ୍ନତା ତଥା ଚାଉଳ, ପନିପରିବାକୁ ପାଣିରେ ଧୋଇବା ପରେ ରୋଷେଇ କାର୍ଯ୍ର ତୁଲାଇବେ ସେ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଆର୍‌ପି ପ୍ରମୋଦ ବୁଡ଼େକ, ହିମାଂଶୁ ବେହେରା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆର୍‌ପି ତଥା ସିଆର୍‌ସିସି ମନୋଜ ସାହୁ ପରିଚାଳନା କରିଥିବାବେଳେ ମନ୍ଦର ଦୀପ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ୧୭ ଗୋଟି କ୍ଲଷ୍ଟରର ପାଚିକା ସହାୟିକା ମାନଙ୍କୁ ନେଇ ଇନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୩୧୦ ଜଣ ପାଚିକା ସହାୟିକା ଅଂଶ ଗ୍ରହଣ କରିଥିବା ବେଳେ ଶେଷ ଦିନରେ ୩୦ ପ୍ରକାର ଜଳଖିଆ ଆଣିଥିବା ଦେଖିବାକୁ ମିଳିଥିଲା । ଏହି ପ୍ରତିଯୋଗିତା ଜୟନ୍ତୀ ନାଗ ବେଲଗାଁ ସ୍ୱାଧୀନ ପଡା ପ୍ରଥମ ସ୍ଥାନ, ଦ୍ଵିତୀୟ ସ୍ଥାନରେ ଯଶୋଦା ଭୋଇ କଦଳୀମୁଣ୍ଡା ଓ ତୃତୀୟ ବେଟିଖାଇ ବିଶି ଖଲିଆପାଲି ଚମ୍ପିୟାନ ବିବେଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସିଆର୍‌ସିସି ଶେଷଦେବ ପ୍ରଧାନ, ଟିକେଶ୍ୱର ଭୋଇ, ଚିନ୍ତାମଣୀ ସାହୁ, ପର୍ଶୁରାମ ମୁଣ୍ଡା, ଲକ୍ଷରାଜ ମେହେର, ହରି ନାଗ, ଲବ ଦଣ୍ଡସେନାଙ୍କ ସମେତ ପାଚିକା ଓ ସହାୟିକାମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.