oom

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‌ଯାପିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇଦିନ ଧରି ଗାନ୍ଧି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା କ୍ରୀଡା ସଂସଦର ୫୩ତମ ବାର୍ଷିକ କ୍ରୀଡା ସମାରୋହ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠି ଏଥିରେ ଯୋଗଦେଇ କ୍ରିଡାବିତ୍‌ ମାନଙ୍କୁ ଉଦ୍‌ବୋଧନ ଦେବା ସଙ୍ଗେ ସଙ୍ଗେ କ୍ରୀଡା ଧ୍ୱଜା ଅବତରଣ ପୂର୍ବକ ସମାରୋହର ପରିସମାପ୍ତି କରିଥିଲେ । ସଂପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱ, କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ କ୍ରୀଡା ସଂପାଦକ ବିଭୁତି ପଣ୍ଡାଙ୍କ ତତ୍ୱାବଧାନରେ ପରିଚାଳିତ ଉକ୍ତ ସମାରୋହରେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ ବେହେରା, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ନବୀନ ବହିଦାର, ପ୍ରଭାତ ମିଶ୍ର, ଶିଶିର ବହିଦାର, ସୁଧିର ପଣ୍ଡା, ଜୟରାମ ମିଶ୍ର, ରବୀନ୍ଦ୍ର ମିଶ୍ର, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଫୁଟବଲ ସଂପାଦକ ଶରତ ନନ୍ଦ, ଭଳିବଲ ସଂପାଦକ ସଂଗ୍ରାମ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ବିଶିଷ୍ଟ କ୍ରୀଡାବିଦ୍‌ ତଥା ପୂର୍ବତନ କ୍ରୀଡା ଶିକ୍ଷକ ସୁନିଲ ଚନ୍ଦ୍ର ବିଶ୍ୱାଲ ପରିଚାଳନା କରିଥିଲେ । ବିଜୟ ତ୍ରିପାଠିଙ୍କ ନେତୃତ୍ୱରେ ମାଧୁରି ପଣ୍ଡା ଓ ଅନ୍ୟମାନେ କ୍ରୀଡାବିଦ୍‌ମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଗାଯୋଗ କେନ୍ଦ୍ରରେ ସହଯୋଗ କରିଥିଲେ । କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନେକ ପୂର୍ବତନ କ୍ରୀଡାବିତମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ପ୍ରରିଚାଳିତ ହୋଇଥିଲା । ଶେଷରେ ଯୁଗ୍ମ ସଂପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ଦ୍ୱିତୀୟ ଦିନର ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରି ୧୦ହଜାର ମିଟର ରେସ୍‌ରେ ରାଧେଶ୍ୟାମ ହରିପାଲ, ବାଳକ ୧୬ ବର୍ଗ ଜେଭେଲିନରେ ସମୀର ନାଗ, ବାଳକ ୧୮ ବର୍ଗ ଲଙ୍ଗ ଜମ୍ବରେ ଏ.ଏସ୍‌.ଜେନିନ୍‌ ଆବ୍ରାହମ, ବାଳକ ୨୩ ବର୍ଗ ୨୦୦୦ ମି.ରେ ସ୍ୱାଗତ କୁମାର ସା, ୮୦୦ ମି.ରେ ରାଜ କିଶୋର କନହେର, ବାଳକ ୧୮ ବର୍ଗ ୨୦୦ ମି.ରେ ଚିତ୍ତ ରଂଜନ ପଧାନ, ବାଳକ ୨୦ ବର୍ଗ ୨୦୦ ମି.ରେ ପଦ୍ମନାଭ ପୁଟେଲ, ବାଳିକା ୨୩ ବର୍ଗ ୨୦୦ ମି.ରେ କମଳିନୀ ହଂସ, ବାଳିକା ୧୮ ବର୍ଗ ଲଙ୍ଗ ଜମ୍ପରେ ଦ୍ରୋପଦୀ ପ୍ରଧାନୀ, ବାଳିକା ୧୬ ବର୍ଗ ଲଙ୍ଗ ଜମ୍ପରେ କଲ୍ୟାଣି ପୁଞ୍ଜି, ହାଇଜମ୍ପରେ କିରଣ ମିର୍ଦ୍ଧା, ବାଳିକା ୧୮ ବର୍ଗ ସଟ୍‌ପୁଟ୍‌ରେ ଦ୍ରୋପଦୀ ପ୍ରଧାନୀ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

jittmm
Leave A Reply

Your email address will not be published.