centurian jitm

ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନ୍‌ଡୋର ହଲରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ୮ମ କ୍ୟୁରୋଗୀ ଓ ୭ମ ପୁମସେ ଟାଏକୋଣ୍ଡୋ ପ୍ରତିଯୋଗିତା ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଓ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତି-ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୪ଟି ଏକାଡେମୀର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଓଡିଶା ଟାଏକୋଣ୍ଡୋ ପରିଦର୍ଶକ ବ୍ୟୋମକେଶ ଅଭିଳାଷ ପ୍ରସାଦ, ଜିଲ୍ଲା ସମ୍ପାଦକ କେ.ମନୋଜ ପ୍ରଧାନ, ମହିଳା କମିଶନର ଡକ୍ଟର ଅନୀତା ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଟାଏକୋଣ୍ଡୋ ଭଳି ଆନ୍ତର୍ଜାତିୟ ଅଲମ୍ପିକ କ୍ରୀଡାରେ ଗଞ୍ଜାମ ଜିଲ୍ଲାର ସଫଳତା ଖୁବ ଉତ୍ସାହପ୍ରଦ ଏବଂ ଆଗାମୀ ଦିନରେ ଛତ୍ରପୁର ଓଡିଶାର ଟାଏକୋଣ୍ଡୋ ହବ ହେବ ବୋଲି ମୁଖ୍ୟ ଅତିଥି ବିଧାୟକ ଆଶା ପ୍ରକାଶ କରିଛନ୍ତି । ଓଡିଶା ଟାଏକୋଣ୍ଡୋ ପକ୍ଷରୁ କ୍ରୀଡା ପରିଚାଳନା କରୁଥିବା ୧୫ ଜଣିଆ ବିଚାରକ ଓ ଗଞ୍ଜାମ ଜିଲ୍ଲାର ୧୪ଟି ଟାଏକୋଣ୍ଡୋ ଏକାଡେମୀର କୋଚ୍ ଓ ମୁଖ୍ୟ କର୍ମକର୍ତ୍ତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ୟୁରୋଗୀରେ ୨୦୫ ଜଣ ଓ ପୁମସିରେ ୬୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଛତ୍ରପୁରର କେଏମ୍‌ପି ସ୍ପୋର୍ଟସ ଏକାଡେମୀ ୨୮ଟି ସ୍ୱର୍ଣ୍ଣପଦକ ୯ ଟି ରୌପ୍ୟପଦକ ଓ ୭ଟି ବ୍ରୋଞ୍ଜ ପଦକରେ ଚାମ୍ପିୟନ ହୋଇଛନ୍ତି । ସେହିପରି ମାଧପୁରର ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀ ୧୩ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ପାଇ ରନର୍ସ ଅପ ହୋଇଛନ୍ତି । କେଏମ୍‌ପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଟାଏକୋଣ୍ଡୋ ପ୍ରଶିକ୍ଷକ ମନୋଜ ମହାରଣା, ଅମ୍ବିକା ପ୍ରସାଦ ଦାସ, ଲଳିତ କୁମାର, ସି.ଏଚ. ପ୍ରସାଦ ନାୟକ, ବାସୁ ନାୟକ କାର୍ଯ୍ୟକ୍ରମର ପରିଚାଳନା କରୁଥିବା ବେଳେ ଲଷ୍ମୀ ନାରାୟଣ, ରୁଦ୍ର ନାରାୟଣ ବେହେରା, ଶୁଭଶ୍ରୀ ପାଢି, ଅଭିମନୁ ରେଡୀ, ବିକାଶ ଗୌଡ଼ ଓ ଏ. ଚିନ୍ନା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି ।

Leave A Reply

Your email address will not be published.