କଳା ସୃଜନୀ ଶିଳ୍ପୀ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : କଳା ସୃଜନୀ ଓ ସେକ୍ଟର ୭ କମ୍ୟୁନିଟି ସେଣ୍ଟରର ମିଳିତ ଆନୁକୂଲ୍ୟରେ ଗତ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା କଳା ସୃଜନୀ ଶିଳ୍ପୀ ଶିବିର ଉଦ୍‌ଯାପିତ ହୋଇଯାଇଛି । ୧୩ ତାରିଖ ଦିନ କମ୍ୟୁନିଟି ସେଣ୍ଟରର ସମ୍ପାଦକ ସମୀର ଦାସ ଦୀପ ପ୍ରଜ୍ୱଳନ ପୂର୍ବକ ଶିଳ୍ପୀ ଶିବିରକୁ ଉଦ୍‌ଘାଟନ କରି ଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିବାକୁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁରର ବରିଷ୍ଠ ଚିତ୍ରଶିଳ୍ପୀ ସୂରୁପ କୁମାର ଦତ୍ତ ଚିତ୍ରକଳା ଶିବିର ଓ ଚିତ୍ର ପ୍ରଦର୍ଶନୀର ଗୁରୁତ୍ଵ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ଚିତ୍ରଶିଳ୍ପୀ ରମେଶ ପାତ୍ର, ଦିଲ୍ଲିପ ଦାସ ଓ ପ୍ରତାପ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ଶିଳ୍ପୀ ଶିବିରରେ ଅନିରୁଦ୍ଧ ସାହୁ, ଅଭିଷେକ ରାୱତ, ସସ୍ମିତା ପଟ୍ଟନାୟକ, ବିନିତା ପୁରୋହିତ, ଅଙ୍କିତା ମିଶ୍ର, ରୁବି କୁମାରୀ, ଦୀପିକା ଦେ, କେୱଲ ତିର୍କୀ ଓ ଚିତ୍ତରଞ୍ଜନ ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କମ୍ୟୁନିଟି ସେଣ୍ଟରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଆଗାମୀ ୧୯ ଓ ୨୦ ତାରିଖ ଦିନ ଆମ୍ବାଗାନ ନିକଟସ୍ଥ ଏଫ୍‌ଇ ମେଲ୍ ଠାରେ ଚିତ୍ରକଳା ପ୍ରଦର୍ଶନୀ ହେବ ବୋଲି ବରିଷ୍ଠ ଚିତ୍ରଶିଳ୍ପୀ ରମେଶ ପାତ୍ର ଘୋଷଣା କରିଥିଲେ ।

Leave A Reply

Your email address will not be published.