ନରସିଂପଡ଼ା ଗଣେଶ ପୂଜା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନରସିଂପଡ଼ାରେ ୭ ଦିନ ଧରି ମହାଆଡମ୍ବରରେ ଚାଲିଥିବା ଗଣେଶ ପୂଜା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପୂଜା ଆରମ୍ଭରୁ ପଡ଼ାରେ ଗୋଟିଏ ସଭା କରି ପୂଜା କମିଟି ଗଠନ କରାଯାଇଥିଲା, ଏଥିରେ ସଭାପତି ଆଶିଷ ମାହାର, ସଭ୍ୟ ଭାବରେ ଅନିଲ ସାହୁ, ପ୍ରଦୀପ ପଧାନ, ଲିଙ୍ଗ ବାଗ, ନନ୍ଦଲାଲ ଗୋଛିଙ୍କୁ ମନୋନୀତ କରି ପୂଜା ଦାୟିତ୍ୱ କମିଟିକୁ ଦିଆଯାଇଥିଲା । କଳସ ଯାତ୍ରା ଦିନ ପଡ଼ାର ସମସ୍ତ ମା’ ଭଉଣୀମାନେ ୫୧କଲସିରେ ପବିତ୍ର ପାଣି ଆଣି ପୂଜା ପୀଠରେ ସ୍ଥାପନ କରିଥିଲେ । କର୍ତ୍ତା ଭାବରେ ନରେଶ ଥପା ଓ ତାଙ୍କ ସହ ଧର୍ମିଣୀ ଚନ୍ଦ୍ରିକା ଥପା ଦାୟିତ୍ୱ ତୁଲାଇ ଥିବାବେଳେ ଉମେଶ ଦେବତା ପୂଜା, ହୋମ, ଯଜ୍ଞ, ଆଳତି, ଦର୍ଶନ ଇତ୍ୟାଦି କାମ ସୁନ୍ଦର ଭାବରେ କରିଥିଲେ । ଗଣେଶ ପୂଜା ପୀଠରେ ସବୁଦିନ ଜଗତ କଲ୍ୟାଣ ପାଇଁ ସଂକୀର୍ତନ, ଭାଗବତ ଗାୟନ, ଭଜନ ଇତ୍ୟାଦି କରାଯାଇଥିଲା । ଆହୁରି ମଧ୍ୟ ୨ ଦିନ ଜନ ସାଧାରଣଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ଶୁକ୍ରବାର ଶେଷଦିନରେ ଭଗବାନ ଗଣେଶଙ୍କୁ ବିସର୍ଜନ କରା ଯିବା ପୂର୍ବରୁ ସଂକୀର୍ତନ କରାଯାଇ ନଗର ଭ୍ରମଣ କଲାପରେ ସୁରୁଖୁରୁରେ ବିସର୍ଜନ କରାଯାଇଥିଲା । ନରସିଂପଡ଼ାର ସମସ୍ତେ ମିଳିମିଶି ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ କାମ ଆନନ୍ଦରେ ଭକ୍ତି ସହକାରେ ପୂଜାକାମ ସମାପନ କରିଥିବାରୁ ନଗେନ୍ଦ୍ର ପାଣିଗ୍ରାହୀ, ପ୍ରେମାନନ୍ଦ ଦେବତା, ମନୋଜ ତ୍ରିବେଦୀ, ଅରୁଣ ସାହୁ ପ୍ରମୁଖ ଗଣେଶ ପୂଜା କମିଟିକୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.